ନୂଆଦିଲ୍ଲୀ : ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଫଳରେ ଦିଲ୍ଲୀରେ ବନ୍ୟାର ସମ୍ଭାବନା ସୃଷ୍ଟି ହୋଇଛି। ସରକାର ପ୍ରାୟ ୬୦୦ରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ଯମୁନା ନଦୀର ଜଳସ୍ତର୨୦୫ ଦଶମିକ ୭/୨ ମିଟର ଊର୍ଦ୍ଧ୍ବରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ସ୍ତର ୨୦୪ ଦଶମିକ ୮/୩ ମିଟର। ଦିଲ୍ଲୀ ଟ୍ରାଫିକ୍ ପୁଲିସ୍ ପରିସ୍ଥିତି ପ୍ରତି ସତର୍କ ଦୃଷ୍ଟି ରଖିଛି। ତେବେ ଜଳସ୍ତର ବୃଦ୍ଧି ଜାରି ରହିଲେ ପୁରୁଣା ଯମୁନା ପୋଲକୁ ପୁଣି ଥରେ ବନ୍ଦ କରି ଦିଆଯାଇପାରେ। କ୍ଷତିଗ୍ରସ୍ତ ଲୋକଙ୍କୁ ରିଲିଫ୍ ଯୋଗାଇବାପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
Popular Categories



