ସୋଲନ: ହିମାଚଳ ପ୍ରଦେଶ ସୋଲନ ଜିଲାର ଡେଡ୍ରାଘାଟ ନିକଟରେ ହରିୟାଣାର ଏକ ପର୍ଯ୍ୟଟକ କାର ପ୍ରାୟ ୩୦୦ ଫୁଟ୍ ଗଭୀର ଖାଈକୁ ଖସି ପଡିଛି। ଏହି ଦୁର୍ଘଟଣାରେ କାରରେ ଥିବା ୫ ଜଣ ଲୋକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଶନିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବାରୁ ଏବିଷୟରେ କାହାକୁ ସୂଚନା ମିଳିନଥିଲା ଏବଂ ଉଦ୍ଧାର କାର୍ଯ୍ୟ ହୋଇ ପାରିନଥିଲା। ରବିବାର ସକାଳେ ସ୍ଥାନୀୟ ଲୋକେ ପଶୁଙ୍କ ପାଇଁ ଘାସ ଆଣିବାକୁ ଯାଇଥିବା ବେଳେ ଖାଈ ନିକଟରେ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ସ୍ଥାନୀୟଲୋକଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ମୃତକଙ୍କ ପରିଚୟ ମିଳିଛି।
Popular Categories



