www.samajalive.in
Saturday, December 6, 2025
16.1 C
Bhubaneswar

ମାଛ ମାର୍କେଟ ନିର୍ମାଣ ହେଉନି, ଅସୁବିଧାରେ ବ୍ୟବସାୟୀ

ଗଞ୍ଜାମ: ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଦୀର୍ଘ ଦିନ ହେଲା ମାଛ ମାର୍କେଟ ତିଆରି ହେଉନାହିଁ । ଫଳରେ ସେହି ମାର୍କେଟ ଉପରେ ନିର୍ଭର କରି ବ୍ୟବସାୟ କରୁଥିବା ଲୋକମାନେ ଏବେ ଘୋର ଅସୁବିଧା ମଧ୍ୟରେ ତାଙ୍କ ବିକ୍ରି ବଟା କରୁଛନ୍ତି। ସମସ୍ତେ କାଠ କୁଡ଼ିଆ ମଧ୍ୟରେ ବସି ଖରା, ବର୍ଷାରେ ମାଛ, ମାଂସ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ବୋଲି ବ୍ୟବସାୟୀମାନେ ମତ ପ୍ରକାଶ କରିଛନ୍ତି । ବାରମ୍ବାର ଏନେଇ ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ତ୍ତୃପକ୍ଷଙ୍କୁ ସେମାନେ ଜଣାଇଥିଲେ ମଧ୍ୟ କୗଣସି ପଦକ୍ଷେପ ନିଆଯାଉ ନାହିଁ । ଯାହାକୁ ନେଇ ବ୍ୟବସାୟୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ଏକ ଛୋଟିଆ ସେଡଟି ରହିଥିଲା ମାଛ ବିକ୍ରି କରିବା ପାଇଁ। କିନ୍ତୁ ଗଞ୍ଜାମ ସହର ମଧ୍ୟରେ ରାସ୍ତା ସମ୍ପ୍ରସାରଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ କାର୍ୟ୍ୟ ଆରମ୍ଭ ହେବା ଫଳରେ ସେହି ସେଡଟିକୁ ଭାଙ୍ଗି ଦିଆଯାଇଥିଲା । ଇତି ମଧ୍ୟରେ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ବିତିଗଲାଣି କିନ୍ତୁ ସେମାନଙ୍କ ପାଇଁ କିଛି ବ୍ୟବସ୍ଥା ହୋଇନାହିଁ । ଯାହାକୁ ନେଇ ବ୍ୟବସାୟୀମାନେ ସେ କାଠ କୁଡ଼ିଆକୁ ଭରସା କରି ବିକ୍ରୀ ବଟା ଚଲାଇଛନ୍ତି । ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

Related Articles

Popular Categories