ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଘର ଓ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁଚଢାଉ
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ତ୍ରିଲୋଚନ ଧଲଙ୍କ ଘର, କାର୍ଯ୍ୟାଳୟ ଓ କଟକ ନରାଜ ସ୍ଥିତ ପୈତୃକ ଘର ଉପରେ ଏକକାଳୀନ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢାଉ କରାଯାଇଛି।
ସୂଚନା ଯୋଗ୍ୟ , ତ୍ରିଲୋଚନ ଧଳ କର୍ମଚାରୀ ମାନଙ୍କ ବକେୟା କମ ପାଇଁ ତଥା ବିଭିନ୍ନ ସରକାରୀ ଯୋଜନା ପାଇଁ ଉତ୍କୋଚ ନେଉଥିବା ଅଭିଯୋଗ ହୋଇଆସୁଥିଲା। ସେ ପ୍ରତି ମାସରେ ସଂଗୃହିତ ଟଙ୍କାକୁ ନିଜ କଟକ ଘରକୁ ନେଉଥିଲେ। ଆଜି ମଧ୍ୟ କଟକ ଯିବା ଯୋଜନା ଥିବାରୁ କଳାହାଣ୍ଡି ଉପ ଆରକ୍ଷୀ ଅଧିକ୍ଷକ ସତ୍ୟବାନ୍ ମହାନନ୍ଦଙ୍କ ନେତୃତ୍ଵ ରେ ଠିକ୍ ରାତି ୩ଟା ସମୟରେ ଧଳ ଘରୁ ବାହାରିବା ପରେ ରାସ୍ତା ଉପରେ ଦୁର୍ନୀତି ନିବାରଣ ବିଭାଗ କାବୁ କରିଥିଲା। ତାଙ୍କ ଗାଡିରୁ ନଗଦ ୨୭୭୦୦୦ ଟଙ୍କା ଓ କାର୍ୟ୍ୟାଳୟ ରୁ ୫୦୦୦୦ ଟଙ୍କା ବିଭାଗ ଜବତ୍ କରିଥିଲା। ଯାହାର ସଠିକ୍ ହିସାବ ସେ ଦେଇପାରିନଥିଲେ। ତାଙ୍କ କଟକ ନରାଜ ସ୍ଥିତ ପୈତୃକ ଘର ମଧ୍ୟ ଚଢାଉ କରାଯାଇଥିବା ବେଳେ ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ।
Comments are closed.