www.samajalive.in
Monday, December 8, 2025
14.1 C
Bhubaneswar

ଅଗ୍ନି-୨ର ବ୍ୟବହାରିକ ପରୀକ୍ଷଣ, ପଡୋଶୀ ରାଷ୍ଟ୍ର ପାକିସ୍ଥାନ ତଥା ଚାଇନାକୁ ସହଜରେ ଲକ୍ଷ୍ୟଭେଦ କରିପାରିବ

ଧାମରା: ଧାମରା କଲାମ ଘାଟିରୁ ଆଜି ରାତ୍ର ୭/୧୫ ରେ ଅଗ୍ନି-୨ର ବ୍ୟବହାରିକ ପରୀକ୍ଷଣ ହୋଇଯାଇଛି। ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଶ୍ରେଣୀରେ ଅର୍ନ୍ତଭୁକ୍ତ ଏହି କ୍ଷେପଣାସ୍ତ୍ର ର ଲମ୍ବ ୨୧ମିଟର,ଓସାର ୧.୩ମିଟର ହୋଇଥିବା ବେଳେ ଏହାର ଓଜନ ୧୬ହଜାର କିଲୋଗ୍ରାମ। ଏହି କ୍ଷେପଣାସ୍ତ୍ର ୱାର ହେଡ କ୍ଷମତା ୧୫କିଲୋଟନରୁ ଆରମ୍ଭ କରି ୨୫୦କିଲୋଟନ ଥିବା ବେଳେ ଏହାର ଇଞିନ ୨.୫ଷ୍ଟେଜ ବିଶିଷ୍ଟ କଠିନ ପ୍ରୋପେଲେଂଟ । ଏହାର ଲକ୍ଷ୍ୟଭେଦ କ୍ଷମତା ୨ହଜାର କି.ମିରୁ ଆରମ୍ଭ ହୋଇ ୩ହଜାର କି.ମି ପର୍ଯ୍ୟନ୍ତ ବୋଲି ପ୍ରତିରକ୍ଷା ବିଭାଗ ନିକଟରୁ ପ୍ରକାଶ କରାଯାଇଛି।  ଏହାର ଗତି ସେକେଣ୍ଡ ପିଛା ୩.୯କି.ମି। ଏହି ଅଗ୍ନି-୨ କ୍ଷେପଣାସ୍ତ୍ର ଯେ କୌଣସି ରେଳ ମୋବାଇଲ ଲଂଚରରୁ ପରୀକ୍ଷଣ କରାଯାଇ ପାରିବାର କ୍ଷମତା ବହନ କରୁଥିବା ବେଳେ ଏହି କ୍ଷେପଣାସ୍ତ୍ର ୩୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା ଏବଂ ଏହା ଭାରତ ଡାଇନାମିକ ଲିମିଟେଡ ଦ୍ୱାର ପ୍ରସ୍ତୁତ।

ଏହି କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ୧ଏପ୍ରିଲ ୧୯୯୯ ମସିହାରେ ଆରମ୍ଭ ହୋଇଥିବା ବେଳେ ସେହି ସମୟରେ ଏହାର ଲକ୍ଷ୍ୟଭେଦ ପରିସୀମା ୨୧ଶହ କିମି ଥିଲା,୨ୟ ପରୀକ୍ଷଣ ୧୭ ଜାନୁଆରୀ ୨୦୦୧,୩ୟ ପରୀକ୍ଷଣ ୧୯ମଇ ୨୦୦୯,୪ର୍ଥ ୧୭ମଇ ୨୦୧୦,୫ମ ପରୀକ୍ଷଣ ୩୦ସେପ୍ଟେମ୍ବର ୨୦୧୧,୬ଷ୍ଠ ପରୀକ୍ଷଣ ୯ଅଗଷ୍ଟ ୨୦୧୨, ୭ମ ତଥା ଶେଷ ପରୀକ୍ଷଣ ୭ ଏପ୍ରିଲ ୨୦୧୩ରେ ଏବଂ ଶେଷ ପରୀକ୍ଷଣ ୪ମେ ୨୦୧୭ ହୋଇଥିଲା। ଆଜି ରାତ୍ର ୭।୧୫ ମିନିଟ ସମୟରେ ହୋଇଥିବା ବେଳେ ଏହା ପଡୋଶୀ ପାକିସ୍ଥାନ ଏବଂ  ଦକ୍ଷିଣପୂର୍ବ ଚାଇନାକୁ ସହଜରେ ଲକ୍ଷ୍ୟଭେଦ କରିପାରିବ ବୋଲି ପ୍ରତିରକ୍ଷା ବୈଞାନିକଙ୍କ ଠାରୁ ପ୍ରକାଶ। ଆଜିର ଏହି ପରୀକ୍ଷଣ ସମୟରେ ହାଇଦ୍ରାବାଦରୁ ଆସିଥିବା ଷ୍ଟ୍ରାଟେଜିକ କମାଣ୍ଡୋଙ୍କ ସହ ଚାନ୍ଦିପୁର ଆଇଟିଆର ବହୁ ବୈଞାନିକ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories