www.samajalive.in
Wednesday, December 10, 2025
18.1 C
Bhubaneswar

ନବନିଯୁକ୍ତ ଶ୍ରମ ଅଧିକାରୀମାନଙ୍କ ନିମନ୍ତେ କାଉନ୍‌ସେଲିଂ କାର୍ଯ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ନବନିଯୁକ୍ତ ଶ୍ରମ ଅଧିକାରୀମାନଙ୍କ ନିମନ୍ତେ କାଉନ୍‌ସେଲିଂ କାର୍ଯ୍ୟକ୍ରମ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ କମିଶନର ତଥା ଶାସନ ସଚିବ ସନ୍ଥଗୋପାଳନ୍‌ ଆର୍‌ ସମାରୋହରେ ଯୋଗଦେଇ ନବନିଯୁକ୍ତ ଅଧିକାରୀମାନଙ୍କ ଅଭିନନ୍ଦନ ଜଣାଇବା ସହ ବିଭାକୁ ସ୍ୱାଗତ ଜଣାଇଥିଲେ। ଅଧିକାରୀମାନଙ୍କୁ ଶ୍ରମ ଆଇନ୍‌ର ବିସ୍ତୃତ ଅଧ୍ୟୟନ ସହ ୫-‘ଟି’ ଆଧାରରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଅଧିକାରୀମାନେ ନିଷ୍ଠାର ସହ କାର୍ଯ୍ୟକଲେ ରାଜ୍ୟର ଶ୍ରମିକମାନଙ୍କର ହିତସାଧନ ହୋଇପାରିବ ଏବଂ ଏହା ରାଜ୍ୟର ବିକାଶରେ ସହାୟକ ହେବ ବୋଲି ସେ ପ୍ରକାଶ କରିଥିଲେ।

ଏହି ସମାରୋହରେ ଯୋଗଦେଇ ଶ୍ରମ କମିଶନର ଅନୁପମ ସାହା ନବନିଯୁକ୍ତ ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗକୁ ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ବିଭାଗ ବୋଲି ଅଭିହିତ କରିଥିଲେ। ଶ୍ରମିକମାନେ ଭିତ୍ତିଭୂମି ନିର୍ମାଣ ଓ ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବାରୁ ସେମାନଙ୍କ କଲ୍ୟାଣ ନିମନ୍ତେ ଏହି ବିଭାଗ କାର୍ଯ୍ୟ କରି ରାଜ୍ୟ ପ୍ରଗତିରେ ଅଂଶୀଦାର ହୋଇପାରିଛି । ଏହି ବିଭାଗରେ କାର୍ଯ୍ୟ କରିବାକୁ ସୁଯୋଗ ପାଇଥିବାରୁ ନବନିଯୁକ୍ତ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟର ଗୁରୁତ୍ୱକୁ ଅନୁଭବ କରିବା ସହ ନିଷ୍ଠା ଓ ଦାୟିତ୍ୱର ସହ କର୍ତ୍ତବ୍ୟ ସଂପାଦନ କରିବେ ବୋଲି ସେ ପ୍ରକାଶ କରିଥିଲେ ।

- Advertisement -

କର୍ମଚାରୀ ରାଜ୍ୟବୀମାର ନିର୍ଦ୍ଦେଶକ ଅଶୋକ କୁମାର ପଣ୍ଡା ଅଧିକାରୀମାନଙ୍କୁ କାଉନ୍‌ସେଲିଂ ବିଷୟରେ ସମ୍ୟକ ଧାରଣା ଦେଇଥିବାବେଳେ ସଂସ୍ଥାନ ନିର୍ଦ୍ଦେଶକ ତଥା ଶ୍ରମ ବିଭାଗର ଅତିରିକ୍ତ ଶାସନ ସଚିବ ନୀତିରଞ୍ଜନ ସେନ୍‌ ନବନିଯୁକ୍ତ ଅଧିକାରୀମାନଙ୍କୁ ଶପଥପାଠ କରାଇଥିଲେ ।
ନବନିଯୁକ୍ତ ଶ୍ରମ ଅଧିକାରୀମାନଙ୍କୁ ବିଭାଗର କାର୍ଯ୍ୟ ବାବଦରେ ଅବଗତ କରାଇବା ଉଦ୍ଦେଶ୍ୟରେ ଶ୍ରମିକମାନଙ୍କ କାର୍ଯ୍ୟକଳାପ ବିଷୟରେ ଏକ ଭିଡ଼ିଓ ପ୍ରଦର୍ଶିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଭାଗର ଯୁଗ୍ମ ଶାସନ ସଚିବ ନିରଞ୍ଜନ ଜେନା, ଉପଶାସନ ସଚିବ ରାଜେଶ ଅଗ୍ରୱାଲ, ଏଏଫ୍‌ଏ ଶ୍ରୀମତୀ ସୁଷମା ବିନୋଦିନୀ ବେହେରାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ଅତିରିକ୍ତ ଶାସନ ସଚିବ ନୀତି ରଞ୍ଜନ ସେନ୍‌ ପରିଚାଳନା କରିଥିଲେ।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories