www.samajalive.in
Saturday, December 6, 2025
26.1 C
Bhubaneswar

ଗୁଳିକାଣ୍ଡରେ ବାପା ଓ ପୁଅ ଆହତ

ଜୟପୁର: ଜୟପୁରରେ ଗୁଳିକାଣ୍ଡ ହୋଇଛି। ଏଥିରେ ବାପା ଓ ପୁଅ ଆହତ ହୋଇଛନ୍ତି। ଗୁରୁତର ପୁଅଙ୍କ ନାମ ସନ୍ତୋଷ ନାୟକ। ସନ୍ତୋଷଙ୍କ ପିଠିରେ ଗୁଳି ଲାଗିଛି। ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଜୟପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ବାପାଙ୍କୁ ମଧ୍ୟ ପଥରରେ ଛେଚି ଆକ୍ରମଣ କରାଯାଇଛି। ତାଙ୍କୁ ଚିକିତ୍ସା ନିମନ୍ତେ ଜୟପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଗୁଳି ମାଡର କାରଣ ଜଣା ପଡି ନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ ଯେ, ମଙ୍ଗଳବାରରେ ସନ୍ତୋଷ ଓ ତାଙ୍କ ବାପା ବାଇକରେ ଯାଉଥିଲେ। ସେହି ସମୟରେ ସନ୍ତୋଷଙ୍କ ଉପରକୁ ୫ଜଣ ଯୁବକ ହଠାତ୍ ଗୁଳି ଚଳାଇଥିଲେ। ଗୁଳିଟି ତାଙ୍କ ପିଠିରେ ଲାଗିଥିଲା। ଦୁବୃର୍ତ୍ତମାନେ ତାଙ୍କ ବାପାଙ୍କ ଉପରକୁ ଗୁଳି ଚଳାଇଥିଲେ ମଧ୍ୟ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ପରେ ଦୁର୍ବୃତ୍ତମାନେ ତାଙ୍କୁ ପଥରରେ ଆକ୍ରମଣ କରିଥିଲେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories