www.samajalive.in
Sunday, December 7, 2025
15.1 C
Bhubaneswar

ବନ ବିଭାଗକୁ ନାକେଦମ୍ କଲାଣି ଜଙ୍ଗଲ ନିଆଁ

ଭୁବନେଶ୍ବର : ସାରା ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପାରଦ ୪୫ଡିଗ୍ରୀ ଟପିଛି। ଜଙ୍ଗଲରେ ପଡ଼ିଥିବା ଶୁଖିଲା କାଠପତ୍ରରେ ନିଆଁ ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ। ଗୋଟିଏ କି ଦୁଇଟି ସ୍ଥାନରେ ନୁହେଁ; ଉପକୂଳରୁ ଦକ୍ଷିଣ ଏବଂ ପଶ୍ଚିମରୁ ଉତ୍ତର ଓଡ଼ିଶା ସବୁଠି ଜଳୁଛି ଜଙ୍ଗଲ। ଶନିବାର ରାଜ୍ୟର ବିଭିନ୍ନ ବନମଣ୍ଡଳ ଅଧୀନ ୧୨୭ଟି ଜଙ୍ଗଲରେ ନିଆଁ ଲାଗିବା ଫଳରେ ଓଡ଼ିଶା ବନାଗ୍ନି କ୍ଷେତ୍ରରେ ସମଗ୍ର ଦେଶରେ ପ୍ରଥମ ସ୍ଥାନରେ ପହଞ୍ଚିଛି। ମୋଟ ୪୯୧୭ଟି ପଏଣ୍ଟ (ସ୍ଥାନ)ରେ ନିଆଁ ଲାଗିଥିବା ବେଳେ ସବୁଠୁ ଅଧିକ କନ୍ଧମାଳ ଜିଲାରେ ଜଙ୍ଗଲ ନିଆଁ ଦେଖିବାକୁ ମିଳିଛି। ବନ କର୍ମଚାରୀ ଏହାକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଥିଲେ ମଧ୍ୟ ସଫଳ ହୋରନାହାନ୍ତି। ଗୋଟିଏ ସ୍ଥାନରୁ ନିଆଁ ଲିଭାଉ ଥିବାବେଳେ ଅନ୍ୟତ୍ର ଲାଗୁଛି। ଛତିଶଗଡରେ ୫୯ ରେଞ୍ଜ, ମଧ୍ୟପ୍ରଦେଶ ୨୩ ରେଞ୍ଜ, ଝାଡଖଣ୍ଡ ୫୫ ରେଞ୍ଜ, ଉତ୍ତରଖଣ୍ଡରେ ୫୬ଟି ରେଞ୍ଜରେ ଜଙ୍ଗଲ ଜଳୁଛି। ଓଡ଼ିଶାର ବଲାଙ୍ଗୀର, କଳାହାଣ୍ଡି, ରାୟଗଡା, କନ୍ଧମାଳ, ସୁବର୍ଣ୍ଣପୁର, ଗଜପତି, ଝାରସୁଗୁଡା, ବୌଦ୍ଧ, ଅନୁଗୋଳ, ନୟାଗଡ, ସୁନ୍ଦରଗଡ, କଟକ, କେନ୍ଦୁଝର, ଯାଜପୁର, ମୟୂରଭଞ୍ଜ, କୋରାପୁଟ, ନବରଙ୍ଗପୁର ଏବଂ ଦେବଗଡ ଜିଲାରେ ଜଙ୍ଗଲରେ ନିଆଁ ଲାଗିଛି। ସପ୍ତାହେ ହେଲା ଓଡ଼ିଶା, ଛତିଶଗଡ, ଆନ୍ଧ୍ରପ୍ରଦେଶ, ଝାଡଖଣ୍ଡ ଏବଂ ଉତ୍ତରାଖଣ୍ଡରେ ଜଙ୍ଗଲ ନିଆଁ ବଢୁଛି। ସପ୍ତାହକ ମଧ୍ୟରେ ଓଡ଼ିଶାରେ ୩୦୫ ଜଙ୍ଗଲ ନିଆଁ ଥିବାବେଳେ ଦ୍ବିତୀୟରେ ଛତିଶଗଡ ୧୭୩, ଆନ୍ଧ୍ରପ୍ରଦେଶ ୧୩୨, ଉତ୍ତରାଖଣ୍ଡ ୧୧୧ ଏବଂ ଝାଡଖଣ୍ଡରେ ୧୦୭ରେ ଜଙ୍ଗଲ ନିଆଁ ମାମଲା ରହିଛି।
ଶନିବାର ଏସିଆ ମହାଦେଶର ସର୍ବବୃହତ୍ ଜୈବ ମଣ୍ଡଳ ଶିମିଳିପାଳ ଅଭୟାରଣ୍ୟର ତାଳବନ୍ଦ ଓ ଡୁକୁରା ରେଞ୍ଜରେ ଅଧିକ ନିଆଁ ଲାଗିଛି। ପୂର୍ବରୁ ୧୦ଟି ପଏଣ୍ଟରେ ନିଆଁ ଲାଗିଥିବାବେଳେ ଶନିବାର ଉତ୍ତର ଶିମିଳିପାଳର ୮ ଓ ଦକ୍ଷିଣ ଶିମିଳିପାଳର ୫ଟି ପଏଣ୍ଟରେ ଲାଗିଛି। ବାଙ୍ଗିରିପୋଷୀର ତଳବନ୍ଧ ଓ ଡୁକୁରା ରେଞ୍ଜରେ ଅଧିକ ନିଆଁ ଲାଗିଛି। ଚଳିତ ବର୍ଷ ଶିମିଳିପାଳର ମୋଟ ୨୮୪ଟି ସ୍ଥାନରେ ନିଆଁ ଲାଗିଲାଣି। ଏହାକୁ ଲିଭାଇବା ପାଇଁ ୩୦୦ ସ୍କ୍ବାଡ୍‌ ନିୟୋଜିତ ହୋଇଛନ୍ତି। ଜଙ୍ଗଲରେ ନିଆଁ ନଲଗାଇବା ପାଇଁ ବନ କର୍ମଚାରୀ ଲୋକଙ୍କୁ ସଚେତନ କରୁଛନ୍ତି। ନିୟମିତ ପାଟ୍ରୋଲିଂ କରାଯାଉଛି। ଯେଉଁ ସ୍ଥାନରେ ଅଧିକ ନିଆଁ ଲାଗୁଛି ସେଠାରେ ଅଧିକ କର୍ମଚାରୀ ମୁତୟନ କରାଯାଇଛି ଏବଂ ନିଆଁ ଲିଭାଇବା ସରଞ୍ଜାମ ମହଜୁଦ୍‌ ରହିଛି। ଏହା ସତ୍ତ୍ବେ ନିଆଁଗୁ ନିୟନ୍ତ୍ରଣ କରାଯାଇପାରୁନାହିଁ। ଏତଦ୍‌ ବ୍ୟତୀତ ଭବାନୀପାଟଣା, ଅନୁଗୋଳ, ସମ୍ବଲପୁର, କୋରାପୁଟ, ନୟାଗଡ, ଖଣ୍ଡପଡା, ବାଲିଗୁଡା, ଫିରିଙ୍ଗିଆ, ମୁନିଗୁଡା, ଦେଉଳି ଏବଂ ବାରିପଦା ସର୍କଲରେ ବନାଗ୍ନି ଦେଖିବାକୁ ମିଳୁଛି। ୨୦୨୧ରେ ରାଜ୍ୟରେ ୫୧ ହଜାର ୯୬୩ ଜଙ୍ଗଲରେ ନିଆଁ ଲାଗିବା ସହ ଦେଶରେ ସର୍ବାଗ୍ରେ ଥିଲା ଓଡ଼ିଶା। ୨୦୨୨ରେ ଏହି ଘଟଣା ପ୍ରାୟ ଅଧା କମିଥିଲା। ଏବର୍ଷ ଫେବୃଆରୀ ପ୍ରଥମ ସପ୍ତାହରୁ ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ ହେଲାଣି। ଗଛ ପତ୍ରଝଡ଼ା ଦେଇଥିବାବେଳେ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି। ମନୁଷ୍ୟକୃତ ନିଆଁ ଯୋଗୁଁ ଜଙ୍ଗଲ ଓ ଜଙ୍ଗଲୀ ପ୍ରାଣୀଙ୍କ ଜୀବନ ଯାଉଛି। ଓଡ଼ିଶା ଜଙ୍ଗଲ ନିଆଁରେ ପ୍ରଥମ ସ୍ଥାନରେ ରହିବା ଚିନ୍ତାର ବିଷୟ ହୋଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories