ଭୁବନେଶ୍ୱର: ରାଜ୍ୟରେ ଜରୁରୀ ସମୟରେ ଅଗ୍ନିସେବା ବିଭାଗର ସହାୟତା ନେବାକୁ ପୂର୍ବରୁ ୧୦୧ ନମ୍ବର ଡାଏଲ କରିବାକୁ ପଡୁଥିଲା। ଏବେ ସେହି ନମ୍ବର ପରିବର୍ତ୍ତନ କରାଯାଇ ୧୧୨ କରାଯାଇଛି। ଅର୍ଥାତ ଓଡ଼ିଶା ପୁଲିସ ପକ୍ଷରୁ ପୂର୍ବରୁ ଜାରି କରାଯାଇଥିବା ଜରୁରୀକାଳୀନ ନମ୍ବର ୧୧୨ ସହିତ ପୂର୍ବର ୧୦୧ର ମିଶ୍ରଣ କରାଯାଇଛି। ସେଥିପାଇଁ ରାଜ୍ୟବାସୀ ସେମାନଙ୍କର ଜରୁରୀ ସମୟରେ ଅଗ୍ନିଶମ ସେବା ବିଭାଗର ସହାୟତା ନେବାକୁ ଚାହୁଁଥିଲେ ୧୧୨ ନମ୍ବରକୁ ଡାଏଲ କରିବାକୁ ଓଡ଼ିଶା ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।
Popular Categories



