www.samajalive.in
Wednesday, December 10, 2025
26.1 C
Bhubaneswar

ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିତ୍ତୀୟ ସାକ୍ଷରତା ଓ ସଚେତନତା ଶିବିର

ଲକ୍ଷ୍ମୀପୁର : ସ୍ଥାନୀୟ ଲକ୍ଷ୍ମୀପୁର ସ୍ଥିତ ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱର ଆନୁକୁଲ୍ୟରେ ଶନିବାର ବିତ୍ତିୟ ସାକ୍ଷରତା ସପ୍ତାହ ପାଳନ  ଓ ସଚେତନତା  ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ବେହେରା ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ। ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ ଏଥିରେ ସଭାପତିତ୍ବ କରିଥିଲେ। ଭୁବନେଶ୍ଵର ସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିନୋଦ କୁମାର ଦାସ, ଵିତ୍ତୀୟ ସମବେଷଣ ଓ ବିକାଶ ବିଭାଗ, ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱର, ଶିବିରରେ ଉପସ୍ଥିତ ୨୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବିତ୍ତୀୟ ସାକ୍ଷରତା ଉପରେ ସଚେତନ କରିଥିଲେ। ଅନଲାଇନ ଏବଂ ମୋବାଇଲ ବ୍ୟାଙ୍କିଙ୍ଗରେ କ’ଣ କରିବା ଓ କ’ଣ ନ କରିବା, ୟୁନିଫେଡ ପେମେଣ୍ଟ ଇଣ୍ଟର ଫେସ୍, କ୍ରେଡିଟ କାର୍ଡ, ଡେବିଟ କାର୍ଡର ବ୍ୟବହାର, ଗ୍ରାହକଙ୍କ ଦାୟିତ୍ଵ ବୋଧ, ଅନଧିକୃତ ଇଲେକ୍ଟ୍ରୋନିକ ବ୍ୟାଙ୍କିଙ୍ଗ ନିୟନ୍ତ୍ରଣ, ରିସ୍କ ବା ବିପଦ ବନାମ ଲାଭ ଉପରେ ବିଶେଷ ଭାବେ ସଚେତନ କରାଇବା ସହ ଛାତ୍ରଛାତ୍ରୀ ମାନଙ୍କ ଉଚ୍ଚ ଶିକ୍ଷା ପାଇଁ ସରକାରଙ୍କ ଦ୍ଵାରା ଦିଆ ଯାଉଥିବା ବିଦ୍ୟା ଲକ୍ଷ୍ମୀ ଯୋଜନାର ସତ୍ ଉପଯୋଗ ଉପରେ କହିଥିଲେ। ସେହିପରି ବେନାମୀ ସଂସ୍ଥା ଠାରୁ ଋଣ ନକରିବା, ଅନଲାଇନ ଠକେଇରୁ ବଞ୍ଚିବା ପାଇଁ ବିଭିନ୍ନ ଉପାୟ, ଆବଶ୍ୟକତା ଓ ଚାହିଦା ମଧ୍ୟରେ ପାର୍ଥକ୍ୟ ତଥା ଅନଲାଇନ ବ୍ୟାଙ୍କିଙ୍ଗ ସେବାର ସୁଯୋଗ ଉପରେ ସ୍ମାର୍ଟ୍ ବୋର୍ଡ ଜରିଆରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରବନ୍ଧକ ଶ୍ରୀ ଦାସ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇ ସଚେତନ କରିଥିଲେ। ଅନ୍ୟ ପକ୍ଷରେ ଲୋଭର ବଶବର୍ତ୍ତୀ ନହୋଇ ବେନାମୀ ସଂସ୍ଥାରୁ ଋଣ ନକରିବାକୁ ଅନୁରୋଧ ରଖିଥିଲେ। ଶିବିର ସକାଳ ୯ ରୁ ଆରମ୍ଭ ହୋଇ ୧୧ ଟାରେ ଶେଷ ହୋଇଥିଲା । ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ଶିବିର ପରିଚାଳନା କରିଥିବା ବେଳେ ଶିକ୍ଷକ ସପନ କୁମାର ଦିକ୍ଷୀତ, ଶଙ୍କର ଗୁଡୁମ୍ବକା, ସୁକାନ୍ତ ଯାଦବ, ଆଶୀର୍ବାଦ ନାୟକ, କସ୍ତୁରୀ ଶବର, ମାଧୁରୀ ଲେଙ୍କା, ଜୋସ୍ନା ପଣ୍ଡା, ସୁନିତା ସାହୁକାର, ପ୍ରିୟଙ୍କା ବିଶୋଇ, ରୋଜାଲିନ ସ୍ବାଇଁ ଓ ମମତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିବା ବେଳେ, ନୂତନ ଚେଟି ଓ ରାଜେଶ୍ୱରୀ ମହାରଣା ଏଥିରେ ସହଯୋଗ କରିଥିଲେ।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories