କଟକ : କଟକ ଜିଲାର ୧୪ଟି ବ୍ଲକ ସମେତ କଟକ ସହରରେ ଆସନ୍ତା ୨୬ତାରିଖରୁ ସମୂହ ବାତଜ୍ୱର ଔଷଧ ବଣ୍ଟନ ଆରମ୍ଭ ହେବ। ୩ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଜିଲାରେ ୨୪ଲକ୍ଷ ୩ ହଜାର ୫୬୧ ଜଣ ହିତାଧିକାରୀ ସାମୁହିକ ବାତଜ୍ୱର ଔଷଧ ସେବନ (ଏମଡିଏ) ଦ୍ୱାରା ଉପକୃତ ହେବେ ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଭୁତିଭୂଷଣ ନାୟକ ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବାତଜ୍ୱର ଓ ଗୋଦର ରୋଗର ନିର୍ମୂଳ ପାଇଁ ୨୦୧୭ରେ ରାଜ୍ୟର ୧୧ ଟି ଜିଲାରେ ଏହି ଅଭିଯାନ ହୋଇଥିଲା। ଚଳିତ ବର୍ଷ କଟକ, ଢେଙ୍କାନାଳ ଓ ଖୋର୍ଦ୍ଧା ଜିଲାରେ ଏହି ଅଭିଯାନ ଚାଲୁ ରହିବ।
ଏହି କାର୍ଯ୍ୟକ୍ରମ ପାଇଁ ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ସ୍ୱେଚ୍ଛାସେବୀମାନେ ଡିଇସି ବଟିକା ଏବଂ ଆଲବେଣ୍ଡାଜଲ ବଟିକା (କୃମି ନାଶକ) ଘରକୁ ଘର ଯାଇ ବଣ୍ଟନ କରିବେ। ଗର୍ଭବତୀ ମହିଳା ,୨ ବର୍ଷରୁ କମ ବୟସର ଶିଶୁ ଓ ଗୁରୁତର ଅସୁସ୍ଥ ବ୍ୟକ୍ତି ଏହି ଔଷଧ ଖାଇବେ ନାହିଁ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ୫ହଜାର ୫ଶହ ତାଲିମ ପ୍ରାପ୍ତ ଔଷଧ ବିତରଣକାରୀ ଏବଂ ୫୫୦ଜଣ ସ୍ୱାସ୍ଥ୍ୟ ପରିଦର୍ଶକ ନିୟୋଜିତ ହୋଇଥିବା ଡାକ୍ତର ନାୟକ ପ୍ରକାଶ କରିଥିଲେ।
୨୬ରୁ ସମୂହ ବାତଜ୍ୱର ଔଷଧ ବଣ୍ଟନ
Popular Categories



