www.samajalive.in
Sunday, December 7, 2025
23.1 C
Bhubaneswar

ରାଉରକେଲାରେ ଖେଳାଯିବ ୮ରୁ ୧୨ଟି ଲିଗ୍‌ ମ୍ୟାଚ

ଭୁବନେଶ୍ବର: ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ-୨୦୨୩ର ଅନ୍ୟତମ ଆୟୋଜନ ସ୍ଥାନ ଭାବେ ରାଉରକେଲା ସ୍ଥାନ ପାଇଛି। ରାଉରକେଲାରେ ନିର୍ମିତ ବିର୍ଶା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡ଼ିୟମରେ ହକି ବିଶ୍ବକପର କିଛି ମ୍ୟାଚ ଖେଳାଯିବ। ଏଠାରେ ୮ରୁ ୧୨ଟି ଲିଗ୍‌ ମ୍ୟାଚ ଖେଳାଯିବାର ଲକ୍ଷ୍ୟ ରହିଛି ବୋଲି ଏଫ୍‌ଆଇଏଚ୍‌ ସିଇଓ ଥେରି ୱେଲ୍‌ କହିଛନ୍ତି। ପ୍ରତିଯୋଗିତାରେ ମୋଟ ୨୪ଟି ଲିଗ୍‌ ମ୍ୟାଚ ଖେଳାଯିବ। ରାଉରକେଲାରେ ଏଥି ମଧ୍ୟରୁ ୧୨ଟି ମ୍ୟାଚ ଖେଳାଯିବାର ଯୋଜନା ରହିଛି। ଏଠାରେ ସମସ୍ତ ଦଳ ମ୍ୟାଚ ଖେଳିବା ନେଇ ଲକ୍ଷ୍ୟ ରହିଛି। ଖେଳାଳିମାନଙ୍କ ଯାତାୟତ ନେଇ ସ୍ବତନ୍ତ୍ର ଚାଟାର୍ଡ ବିମାନ ବ୍ୟବସ୍ଥା କରାଯିବ ବୋଲି ଥେରି କହିଛନ୍ତି। ରାଉରକେଲା ବିର୍ଶା ମୁଣ୍ଡା ହକି ଷ୍ଟାଡ଼ିୟମ ପ୍ରସ୍ତୁତି ବହୁତ ଭଲ ରହିଛି। ମୁଖ୍ୟ ଷ୍ଟାଡ଼ିୟମ ସହ ଦୁଇଟି ଅଭ୍ୟାସ ଗ୍ରାଉଣ୍ଡ ରହିଛି ବୋଲି ଥେରି କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories