କାର୍ ଥୋଇବାକୁ ନେଇ ମାରପିଟ୍, ଭିଡିଓ ଭାଇରାଲ
ନୂଆଦିଲ୍ଲୀ : ଗାଡି ପାର୍କିଂକୁ ନେଇ ଯୁକ୍ତି ତର୍କ ଓ ଶେଷରେ ମାରପିଟ୍ ଘଟଣା ସାମାଜିକ ଗଣମାଧ୍ୟମରେ ଏବେ ଭାଇରାଲ ହେଉଛି । ନୋଏଡା ସେକ୍ଟର ୭୨ର ବି ବ୍ଲକରେ କାର୍ ପାର୍କିଂ କରିବାକୁ ନେଇ ୨ ପକ୍ଷଙ୍କ ମଧ୍ୟରେ ଘଟିଛି ଏମିତି ମାରପିଟ୍ । ଶେଷରେ ବଡ ଠେଙ୍ଗା ଧରି ଉଭୟ ପକ୍ଷ ପରସ୍ପରର ଗାଡି ଭଙ୍ଗାରୁଜା କରିଥିଲେ । ପୁଲିସ ଆସିବା ପରେ ମଧ୍ୟ କେହି ଥମିନଥିଲେ ।
#नोएडा कार पार्क करने को लेकर दो पक्ष आपस में भिड़े,बीच सड़क पर जमकर हुआ हंगामा,एक पक्ष ने दूसरे पक्ष की गाड़ी में की तोड़फोड़,क्रिकेट के बैट से की गाड़ी में तोड़फोड़,हंगामा ओर तोड़फोड़ कैमरे में हुई कैद,सेक्टर 113 थाना क्षेत्र सेक्टर 72 के B ब्लॉक की घटना।@noidapolice @DCP_Noida… pic.twitter.com/N57BpnA8wS
— Now Noida (@NowNoida) August 26, 2024
ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । କାର୍ ପାର୍କିଂ କରିବାକୁ ନେଇ ୨ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ଶେଷରେ ମାରପିଟ୍ ହୋଇଥିଲା । ଭାଇରାଲ ଭିଡିଓରେ କିଛି ଯୁବକ କ୍ରିକେଟ ବ୍ୟାଟ୍ ଧରି ଏକ ନାଲି କାରର କାଚ ଭାଙ୍ଗୁଥିବା ନଜର ଆସୁଛି । କିନ୍ତୁ ସ୍ତ୍ରୀ ଲୋକ ସେମାନଙ୍କୁ ମନା କରୁଥିବା ସତ୍ତ୍ବେ ସେମାନେ ଅଟକୁନାହାଁନ୍ତି । ଅନ୍ୟପଟେ ନୋଏଡା ପୁଲିସ ଖବର ସମ୍ପର୍କରେ ଜାଣିବା ପରେ ଘଟଣାସ୍ଥଳକୁ ଆସିଥିଲା । କିନ୍ତୁ କେହି ବି ଥମିନଥିଲେ । ବରଂ ପୁଲିସ ଆଗରେ ପରସ୍ପରର ଗାଡି କାଚ ଠେଙ୍ଗାରେ ପିଟି ଭାଙ୍ଗିଥିଲେ । ତେବେ ନୋଏଡା ପୁଲିସ ଏନେଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ଦେଇଛି ।
Comments are closed.