www.samajalive.in
Saturday, December 6, 2025
26.1 C
Bhubaneswar

ଜାତୀୟ ସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲାର କୃତିତ୍ୱ

ଫୁଲବାଣୀ : ଚଳିତ ସେପ୍ଟେମ୍ବର ମାସ ୨ତାରିଖରୁ ୪ ତାରିଖ ମଧ୍ୟରେ ଝାଡଖଣ୍ଡର ରାଞ୍ଚି ଠାରେ ଦ୍ୱିତୀୟ ଭଗବାନ ବିର୍ସା ମୁଣ୍ଡା ଏବଂ ୧୪ ତମ ଓପେନ ଜାତୀୟ ସ୍ତର ଟାଇକୋଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତି ଯୋଗିତାରେ କନ୍ଧମାଳ ଜିଲ୍ଲା ଟାଇକୋଣ୍ଡ ସଙ୍ଘ ତରଫରୁ ୮ ଜଣ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ।  ସେଥି ମଧ୍ୟରୁ ଫୁଲବାଣୀ ମାର୍ଶାଲାଟ ଏକାଡେମୀର ଛାତ୍ରୀ ସବ ଜୁନିଅର ବାଳିକା ବିଭାଗରୁ ଅଣ୍ଡର ୪୧ କେଜି ମଧ୍ୟରେ ଶ୍ରେଷ୍ଠା ବେହରା ରୋପ୍ୟ ପଦକ ଓ ବାଳକ ବିଭାଗ ରୁ ଅଣ୍ଡର ୩୫ କେଜି ମଧ୍ୟରେ ଅମିତ କୁମାର ସାହୁଙ୍କୁ କଂସ୍ୟା ପଦକ ହାସଲ କରିଛନ୍ତି।  ଅନୁଷ୍ଠାନର ଖେଳାଳି ମାନେ ତଥା ଅଭିଭାବକ ଓ ଫୁଲବାଣୀ ମାର୍ଶାଲାଟ ଏକାଡେମୀର ମୁଖ୍ୟ ପ୍ରଭାତ କୁମାର ସାହୁ ଏବଂ କୋଚ ରମାକାନ୍ତ ବେହେରା, ପ୍ରିତମ ଚନ୍ଦ୍ର ପ୍ରଧାନ ଓ ମଦନ ଦଳବେହେରା ଏବଂ ଜିଲ୍ଲା ସଙ୍ଘର ସଭାପତି ପ୍ରତାପ କୁମାର ମୁଖୀ ଏବଂ ରାଜ୍ୟ ସଙ୍ଘର ସମ୍ପାଦକ ମନମୋହନ ଭଞ୍ଜ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories