www.samajalive.in
Saturday, December 6, 2025
26.1 C
Bhubaneswar

ବିଭିନ୍ନ ଦାବୀ ନେଇ ଯୋଗାଣ ସହାୟକ ସଙ୍ଘର ଦାବୀପତ୍ର ପ୍ରଦାନ

ଫୁଲବାଣୀ : ପଞ୍ଚାୟତ ସ୍ତରରେ ହିତାଧିକାରୀମାନଙ୍କୁ ପିଡିଏସ ସାମଗ୍ରୀ ଯୋଗାଇବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଯୋଗାଣ ସହାୟକ। ୨୦୧୩ ମସିହାରୁ ରାଜ୍ୟରେ ୪୨୨୫ ଜଣ ଯୋଗାଣ ସହାୟକ ନିଯୁକ୍ତି ପାଇ ସୂଚାରୁ ରୂପେ ଦାୟିତ୍ୱ ତୁଲାଇ ଆସୁଛନ୍ତି। ଯେଉଁ ବୃଦ୍ଧ ବୃଦ୍ଧା ଓ ବିକଳାଙ୍ଗ ବ୍ୟକ୍ତି ମାନେ ଚାଉଳ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ପାରୁନାହାନ୍ତି ସେମାନଙ୍କୁ ଘରକୁ ଘର ଯାଇ ସାମଗ୍ରୀ ଦେଇ ଆସୁଛନ୍ତି ଯୋଗାଣ ସହାୟକ। ଏଥିସହ ଗ୍ରାମପଞ୍ଚାୟତରେ ବିଭିନ୍ନ ସରକାରୀ କାର୍ଯ୍ୟ ମଧ୍ୟ ସମ୍ପାଦନ କରୁଛନ୍ତି।
ପଞ୍ଚାୟତ ସ୍ତରରେ ସର୍ବୋଚ୍ଚ ନମ୍ଵର ରଖିଥିବା ସ୍ନାତକ ଡିଗ୍ରୀ ଧାରୀଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଇଛି। କିନ୍ତୁ ସେ ଅନୁସାରେ ଦରମା ଦିଆ ଯାଉନାହିଁ। ଏ ବାବଦରେ ସରକାରଙ୍କୁ ବାରମ୍ବାର ଲିଖିତ ଆବେଦନ କଲେସୁଦ୍ଧା ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି। ତେଣୁ ଏ ନେଇ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସଙ୍ଘ ପକ୍ଷରୁ ଏକ ୬ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି। ଯୋଗାଣ ସହାୟକ ଚାକିରୀ ସ୍ଥାୟିତ୍ବ ଓ ମାସିକ ଦରମା ୨୫ ହଜାର ଟଙ୍କାକୁ ବୃଦ୍ଧି କରିବା, ଯୋଗାଣ ସହାୟକଙ୍କ ନାମରେ ଲାଇସେନ୍ସ ପ୍ରଦାନ, ମୃତ୍ୟୁ କାଳୀନ ସହାୟତା ରାଶି ଓ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ, ଯୋଗାଣ ସହାୟକ ପଦବୀକୁ ପଂଚାୟତି ରାଜ ବିଭାଗରୁ ହଟାଇ ଯୋଗାଣ ବିଭାଗର ଅନ୍ତର୍ଭୁକ୍ତ କରିବା ଓ ସହକାରୀ ଯୋଗାଣ ନୀରିକ୍ଷକ ଭାବେ ନାମିତ କରିବା, ମାସିକ ଆବଣ୍ଟନରେ ୨% ନିଅଣ୍ଟକୁ ଭରଣା କରିବା ପାଇଁ ଦାବୀ କରାଯାଇଛି। ଏହା ପୂରଣ ନ ହେଲେ ଯୋଗାଣ ସହାୟକ ମାନେ ଶାନ୍ତିପୂର୍ଣ ଭାବରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ସଙ୍ଘ କହିଛି। ଜିଲ୍ଲା ସଭାପତି ବିବେକାନନ୍ଦ ବେହେରା,ସାଧାରଣ ସମ୍ପାଦକ ଜ୍ୟୋତ୍ସ୍ନା ରାଣୀ ଦେହୁରୀ, ଉପସଭାପତି ଅଜିତ କୁମାର ପ୍ରଧାନ, ସୋନୀ ଦିଗାଲ, ଲିଟୁନ କୁମାର ସାହୁ,ସରୋଜ ଦିଗାଲ, ସତ୍ୟଭୂଷଣ ପ୍ରଧାନ ଓ ଧର୍ମରଥ ବଗର୍ତ୍ତୀଙ୍କ ନେତୃତ୍ୱରେ ଏହି ଦାବୀପତ୍ର ପ୍ରଦାନ କରାଯାଇଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories