www.samajalive.in
Sunday, December 7, 2025
16.1 C
Bhubaneswar

ତୃତୀୟ ରାଜ୍ୟସ୍ତରୀୟ ଅସି ଚାଳନା ପ୍ରତିଯୋଗିତା ଆରମ୍ଭ

କଟକ: କଟକରେ ଆରମ୍ଭ ହୋଇଛି ତୃତୀୟ ରାଜ୍ୟସ୍ତରୀୟ ଅସି ଚାଳନା ପ୍ରତିଯୋଗିତା। ତିନିଦିନ ବ୍ୟାପୀ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିବ ଏହି ମେଗା ପ୍ରତିଯୋଗିତା। ଜୁନିୟର, ସବ୍‌ ଜୁନିୟର ଓ ସିନିୟର ବର୍ଗରେ ଖେଳାଯିବ ସମସ୍ତ ମୁକାବିଲା। ରାଜ୍ୟର ବିଭିନ୍ନ ଜିଲାରୁ ୨୭୦ରୁ ଊର୍ଦ୍ଧ୍ବ ଖେଳାଳି ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ଆଗାମୀ ଦିନରେ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାକୁ ଆଖି ଆଗରେ ରଖି ଏହି ଆୟୋଜିତ ହୋଇଥିବା କହିଛନ୍ତି ରାଜ୍ୟ ଅସି ଚାଳନା କ୍ରୀଡ଼ା ସଂଘ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ। କାରଣ ଗତ ଜାତୀୟ କ୍ରୀଡ଼ାରେ ଓଡ଼ିଶା ଦଳ ଗୋଟିଏ ରୌପ୍ୟ, ୬ଟି କାଂସ୍ୟ ପଦକ ଜିତିଥିଲେ। ତେବେ ଏହି ଇଭେଣ୍ଟରୁ ଭଲ ଖେଳାଳି ଚୟନ ହେବେ ଓ ଆଗମୀ ଜାତୀୟ କ୍ରୀଡ଼ାରେ ଆହୁରି ପଦକ ଆଣିବ ଓଡ଼ିଶା ଦଳ ବୋଲି କହିଛନ୍ତି ସମ୍ପାଦକ ଦେବେନ୍ଦ୍ର ସାହୁ।

ଏହାବ୍ୟତୀତ ଏହି ମେଗା ଆୟୋଜନର ଲକ୍ଷ୍ୟ, ରାଜ୍ୟରେ ତୃଣମୂଳସ୍ତରରୁ ନୂଆ ପ୍ରତିଭା ଚୟନ କରିବା। ସିନିୟର ବର୍ଗରେ ଓଡ଼ିଶା ଦଳ ପ୍ରଦର୍ଶନ ଭଲ ରହିଥିବାବେଳେ ସବ୍‌ ଜୁନିୟର ବର୍ଗରେ କିପରି ନୂଆ ଦକ୍ଷତାବାନ ଖେଳାଳି ଚୟନ ହୋଇପାରିବେ ସେନେଇ ଏହି ଏହି ମେଗା ଇଭେଣ୍ଟର ଆୟୋଜନ ହୋଇଥିବା କହିଛନ୍ତି ସଂଘ ସମ୍ପାଦକ। ଏହାସହ ରାଜ୍ୟରେ ରୀତିମତ ଢଙ୍ଗରେ କ୍ୟାମ୍ପ ଅନୁଷ୍ଠିତ ହେଉଛି ଓ କ୍ରୀଡ଼ା ହଷ୍ଟେଲ ସହାୟତାରେ ଓଡ଼ିଆ ଖେଳାଳି ଅନେକ ମାତ୍ରାରେ ଭଲ ପ୍ରଦର୍ଶନ କରୁଥିବା ସେ କହିଛନ୍ତି। ବର୍ତ୍ତମାନ ରାଜ୍ୟରେ ପ୍ରଶିକ୍ଷଣ ପାଇଁ ଏକାଡେମୀ ନିର୍ମାଣ ଏବଂ ବିଦେଶୀ କୋଚ୍‌ଙ୍କ ଜରିଆରେ ଓଡ଼ିଶା ଅସି ଚାଳନା ଟିମ୍ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ରାଜ୍ୟ ଅସି ଚାଳନା ସଂଘ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories