www.samajalive.in
Saturday, December 6, 2025
26.1 C
Bhubaneswar

ଖାକି ବାବୁଙ୍କୁ ‘କଳା କାଚ’ ଡର !

ଭୁବନେଶ୍ବର: ରାଜଧାନୀରେ ପୁଲିସ ବାବୁଙ୍କ ଘାରିଛି ‘କଳା କାଚ’ ଡର। ଏହି ଡ଼ଡର ଏତେ ପ୍ରବଳ ଯେ ସୁପ୍ରିମକୋର୍ଟ ଓ ସରକାରଙ୍କ ନିର୍ଦେଶକୁ ବି କାର୍ଯ୍ୟକାରୀ କରିବାକୁ ବାବୁମାନେ ଡରୁଛନ୍ତି। କଳା କାଚ ଲାଗିଥିବା ବଡ଼ବଡ଼ ଗାଡ଼ି ଚଢ଼ୁଥିବା ଲୋକମାନେ ଖାଲି ପାୱାରଫୁଲ ନୁହନ୍ତି, ତାଙ୍କର ପହୁଞ୍ଚ ବି ଢେର ଉପରେ। କାହାର ପୁଲିସ ‘ସାହେବ’ଙ୍କ ସହ ସମ୍ପର୍କ ତ କିଏ ପୁଣି ବଡ଼ବଡ଼ ବାବୁଙ୍କ ବାବୁଆଣୀଙ୍କ ନିକଟରେ ପହଞ୍ଚାଉଛନ୍ତି ଭଳିକି ଭଳି ଉପହାର। ଏପରି ଲୋକଙ୍କ ଗାଡ଼ିରୁ କଳା କାଚ କାଢ଼ି ବିପଦ ଡାକିବାକୁ କୁଆଡ଼େ ସାନ ପୁଲିସ ବାବୁ ଭୟ କରୁଛନ୍ତି।

ଅଭିଯୋଗ ଅନୁସାରେ ଅନେକ କ୍ଷମତାଶାଳୀ ବ୍ୟକ୍ତି ନିଜ କାର୍‌ରେ କଳା ଫିଲ୍ମ ଲଗାଇ ଯାତାୟାତ କରୁଥିବା ଯୋଗୁଁ ସେମାନଙ୍କୁ ଧରିବାକୁ ପୁଲିସ ବା ପରିବହନ ବିଭାଗର ଅଧିକାରୀ ସାହସ କରିପାରୁ ନାହାନ୍ତି। ଏପରିକି କିଛି ରାଜନୈତିକ ଦଳର ନେତାଙ୍କ ବ୍ୟକ୍ତିଗତ ଗାଡ଼ିରେ ମଧ୍ୟ କଳା କାଚ ଲାଗିଛି। ତେଣୁ ସେମାନଙ୍କୁ ରାସ୍ତାରେ ଅଟକାଇ କଳା କାଚ ବ୍ୟବହାର କରୁଥିବା ଯୋଗୁଁ ଜୋରିମାନା କରିବା କିମ୍ବା ଗାଡ଼ି କାଚରୁ କଳା ଫିଲ୍ମ ହଟାଇବା ସହଜ ହେଉ ନଥିବା କୁହାଯାଉଛି।
ଦାମୀ ଗାଡ଼ି ଝରକାରେ କଳା ସ୍କ୍ରିନ୍‌ କମ୍ପାନୀ ପ୍ରଦାନ କରୁଛି। ଆବଶ୍ୟକସ୍ଥଳେ ଏହାକୁ କଢ଼ାଯିବାର ବ୍ୟବସ୍ଥା ହୋଇଛି। ମାତ୍ର କିଛି ଗାଡ଼ି ମାଲିକ କାର୍‌ ୱିଣ୍ଡୋରେ କଳା ଫିଲ୍ମ ଲଗାଉଥିବା ଦେଖାଯାଉଛି। ଯାହା ଫଳରେ ଗାଡ଼ିର ଆଭ୍ୟନ୍ତର ଦୃଶ୍ୟମାନ ହେଉନାହିଁ। ଏହିପରି ଗାଡ଼ି ବ୍ୟବହାର କରି ଅପରାଧୀମାନେ ଅପରାଧ ଘଟାଉଛନ୍ତି, ଦେହ ବ୍ୟବସାୟ ନିମନ୍ତେ ଯୁବତୀ ଚାଲାଣ ବେଳେ ମଧ୍ୟ ଏହିପରି ଗାଡ଼ି ବ୍ୟବହାର ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି।

- Advertisement -

କଳା ଫିଲ୍ମ ବା କଳା ସ୍କ୍ରିନ୍‌ ଲାଗୁଥିବା ଗାଡ଼ିଗୁଡ଼ିକ ଅଧିକାଂଶ ସମୟରେ ଅପରାଧିକ କାର୍ଯ୍ୟକଳାପରେ ବ୍ୟବହାର ହେଉଥିବାରୁ ସୁପ୍ରିମକୋର୍ଟ ଏହାକୁ କାଢ଼ିବାକୁ ନିର୍ଦେଶ ଦେଇଛନ୍ତି। ମାତ୍ର ଏହି ନିର୍ଦେଶକୁ ନା ମାନୁଛି ପୁଲିସ ନା ମାନୁଛି ପରିବହନ ବିଭାଗ। କିଛିଦିନ ତଳେ ‘ସମାଜ’ରେ ଏ ସଂକ୍ରାନ୍ତରେ ଏକାଧିକ ଖବର ପ୍ରକାଶ ପରେ ପୁଲିସ ଗାଡ଼ିରୁ କଳା କାଚ ବାହାର କରିବା ଅଭିଯାନ ଆରମ୍ଭ କରିଥିଲା। ଏପରିକି ବରିଷ୍ଠ ପୁଲିସ ଅଧିକାରୀ ଏହି ଅଭିଯାନ ଜୋରଦାର ହେବ ବୋଲି ବିବୃତି ବି ଦେଇଥିଲେ। ମାତ୍ର ଦିନ କେଇଟା ପରେ ତାହା ପୁଣି ବନ୍ଦ ହୋଇଗଲା।
ଏ ସମ୍ପର୍କରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, କାର୍‌ରେ କଳା କାଚ ଲଗାଇବା ଉପରେ ସୁପ୍ରିମକୋର୍ଟ କଟକଣା ଜାରି କରିଛନ୍ତି। କେବଳ ଅତିବିଶିଷ୍ଟ ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କାହାରି କାର୍‌ରେ କଳା କାଚ ଲାଗି ପାରିବ ନାହିଁ। ତେଣୁ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସରକାରୀସ୍ତରରେ ନିର୍ଦେଶ ଦିଆଯାଇଛି। ତେବେ ନିର୍ଦିଷ୍ଟ ଭାବେ ଏଯାବତ କେତେ ଗାଡ଼ିରୁ କଳା କାଚ ବା କଳା ଫିଲ୍ମ ହଟାଯାଇଛି ସେ ସମ୍ପର୍କରେ ବିସ୍ତୃତ ରିପୋର୍ଟ ମଗାଯାଇଛି। ଖୁବ୍ଶୀଘ୍ର ଏ ଦିଗରେ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି।

ଅନ୍ୟପକ୍ଷରେ କମିସନରେଟ ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏ ପର୍ଯ୍ୟନ୍ତ ପ୍ରାୟ ୩୦୦ରୁ ଅଧିକ ଗାଡ଼ି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିିଭିନ୍ନ ସ୍ଥାନରେ ରୀତିମତ ଯାଞ୍ଚ କରାଯାଉଛି ଏବଂ ୫୦୦ ଟଙ୍କା ଲେଖାଏଁ ଜୋରିମାନା ଆଦାୟ ସହ ଗାଡ଼ିରୁ କଳା ଫିଲ୍ମ କଢ଼ାଯାଉଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories