www.samajalive.in
Monday, December 8, 2025
24.1 C
Bhubaneswar

ଆଙ୍କୁଲି ଆଦିବାସୀଙ୍କ ସମସ୍ୟା ବୁଝିଲେ ପୂର୍ବତନ ବାଚସ୍ପତି

ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକର ପାହାଡ଼ ଉପର ଆଦିବାସୀ ଇଲାକା ଆଙ୍କୁଲିକୁ ରାସ୍ତା ଖୋଲିବା ପରେ ଆଜି ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟ।ନ ସାମନ୍ତରା ପହଞ୍ଚି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଶ୍ରୀ ସାମନ୍ତରା ପ୍ରଥମ ଥର ପାଇଁ ଆଙ୍କୁଲି ଗ୍ରାମରେ ପହଞ୍ଚି ଲୋକମାନଙ୍କ ସହିତ ଅଂଚଳର ଶିକ୍ଷା ସ୍ୱାସ୍ଥ୍ୟ ଚାଷ ବାସ ସମ୍ପର୍କରେ ପଚାରି ବୁଝିଥିଲେ। ଦୁର୍ଗମ ଆଙ୍କୁଲିକୁ ରାସ୍ତା ନିର୍ମାଣ ହୋଇଥିବା ବେଳେ ଏହି ରାସ୍ତାକୁ କୁରୁଗୁଡ଼ ବାଦୁଆ ଦେଇ ପାହାଡ଼ ଅପର ପାର୍ଶ୍ୱ ବୁରାତାଲ ପଞ୍ଚାୟତକୁ ରାସ୍ତା ସଂଯୋଗ କରାଗଲେ ଲୋକଙ୍କ ଯାତାୟତ ସୁବିଧା ହୋଇ ପାରିବ ବୋଲି ପ୍ରକାଶକ ରିଥିଲେ। ତାଙ୍କର ଗସ୍ତ ବେଳେ ଦୁଇ ଜଣ ପୂର୍ବତନ ସରପଞ୍ଚ ସୌଜନ୍ୟମୂଳକ ସାକ୍ଷାତ କରି ଆଦିବାସୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଆଗାମୀ ପଂଚାୟତ ନିର୍ବାଚନରେ ଏହି ପଂଚାୟତ ସରପଞ୍ଚ ପଦବୀ ଓବିସି ପାଇଁ ସଂରକ୍ଷିତ ଥିବା ନେଇ କେତେକ ଆଦିବାସୀ ଅସନ୍ତୋଷ ବ୍ୟକ୍ତ କରିଥିଲେ। ତାଙ୍କ ସହିତ ମନ୍ଦରଡାର କଂଗ୍ରେସ ନେତା ସୀମାଞ୍ଚଳ ପ୍ରଧାନ ଗସ୍ତ କରିଥିଲେ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories