ନୂଆଦିଲ୍ଲୀ,୨୨ା୧(ପିଟିଆଇ): ୨୦୧୪ ସାଧାରଣ ନିର୍ବାଚନରେ ଇଭିଏମ୍ ହ୍ୟାକ୍ କରାଯାଇଥିବା ନେଇ ଅଭିଯୋଗ ଉଠାଇଥିବା ସାଇବର ବିଶେଷଜ୍ଞ ସୟଦ ସୁଜାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ବାଚନ ଆୟୋଗ (ଇସି) ଦିଲ୍ଲୀ ପୁଲିସକୁ ପତ୍ର ଲେଖିଛନ୍ତି। ସୁଜାଙ୍କ ବିରୋଧରେ ମାମଲା ରୁଜୁ ପୂର୍ବକ ଏହାର ତଦନ୍ତ କରିବାକୁ ଇସି ପୁଲିସକୁ କହିଛନ୍ତି। ସୋମବାର ଲଣ୍ଡନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁଜା ଅଭିଯୋଗ କରିଥିଲେ ଯେ ୨୦୧୪ ନିର୍ବାଚନରେ ବିଜେପି ଇଭିଏମ୍ ହ୍ୟାକ କରିଥିଲା। ଭାରତରେ ବିଭିନ୍ନ ସମୟରେ ହୋଇଥିବା ଅନ୍ୟ ନିର୍ବାଚନରେ ମଧ୍ୟ ବିଭିନ୍ନ ଦଳ ଇଭିଏମ୍ ହ୍ୟାକ କରିଥିବା ସେ କହିଥିଲେ। ସୁଜାଙ୍କ ଏହି ଅଭିଯୋଗ ସମ୍ପର୍କିତ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଇସି ଏହା ଉପରେ ମାମଲା ରୁଜୁ ପୂର୍ବକ ତଦନ୍ତ ଲାଗି ପୁଲିସକୁ କହିଛନ୍ତି। ପୂର୍ବରୁ ଇସି ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ଇସି କହିଥିଲେ ଇଭିଏମ୍ ହ୍ୟାକ କରିବା ସମ୍ପୂର୍ଣ୍ଣ ଅସମ୍ଭବ।
Popular Categories



