www.samajalive.in
Thursday, December 11, 2025
15.1 C
Bhubaneswar

ଆନ୍ଧ୍ରରେ ଇଂରାଜୀ ମାଧ୍ୟମରେ ଶିକ୍ଷା ବାଧ୍ୟତାମୂଳକ

ବିଜୟୱାଡା: ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନ ମୋହନ ରେଡ୍ଡି। ରାଜ୍ୟର ସମସ୍ତ ଅନୁସ୍ନାତକ ମହାବିଦ୍ୟାଳୟଗୁଡିକରେ ଇଂରାଜୀ ମାଧ୍ୟମକୁ ବାଧ୍ୟତାମୂଳକ କରିବାକୁ ସେ ମଙ୍ଗଳବାର ଘୋଷଣା କରିଛନ୍ତି। ତାହାସହିତ ତେଲୁଗୁ ଭାଷା ମାଧ୍ୟମରେ ପାଠପଢା ବ୍ୟବସ୍ଥାକୁ ସେ ଉଚ୍ଛେଦ କରିଛନ୍ତି। ଏହି ନୂଆ ଶିକ୍ଷା ବ୍ୟବସ୍ଥା ୨୦୨୧-୨୨ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ ହେବାନେଇ ଜଗନ ଘୋଷଣା କରିଛନ୍ତି।
ଏ ସମ୍ପର୍କରେ ପ୍ରକାଶିତ ସରକାରୀ ବିବୃତିରେ କୁହାଯାଇଛି ଯେ ଅନୁସ୍ନାତକ ସ୍ତରର ଛାତ୍ରଛାତ୍ରୀ ସେମାନଙ୍କ ପାଠ୍ୟକ୍ରମ ଇଂରାଜୀ ମାଧ୍ୟମରେ ପଢିବାର ଜରୁରୀ ଆବଶ୍ୟକତା ରହିଛି। ଏହାଦ୍ୱାରା ତେଲୁଗୁ ମାଧ୍ୟମରୁ ଇଂରାଜୀ ମାଧ୍ୟମକୁ ସ୍ନାତକ ସ୍ତରରେ ରୂପାନ୍ତରିତ ହେବା ସହଜ ହୋଇପାରିବ। ତାହାସହିତ ସରକାର ଅନୁସ୍ନାତକ ପାଠ୍ୟକ୍ରମରେ ବିଭିନ୍ନ ସ୍ତରରେ ସ୍ପୋକନ ଇଂଲିଶ ପାଠ୍ୟକ୍ରମ ମଧ୍ୟ ପ୍ରଚଳନ କରିବେ। ବିବୃୁତିରେ କୁହାଯାଇଛି, ରାଜ୍ୟର ଉଚ୍ଚ ଶିକ୍ଷା ବିଭାଗ ସମସ୍ତ ସରକାରୀ, ଘରୋଇ ଏବଂ ସରକାରୀ ସହାୟତାପ୍ରାପ୍ତ ଡିଗ୍ରୀ କଲେଜଗୁଡିକରେ ଇଂରାଜୀ ମାଧ୍ୟମକୁ ବାଧ୍ୟତାମୂଳକ କରିବା ନିଷ୍ପତ୍ତି ନେଇଛି। ତେଲୁଗୁ ମାଧ୍ୟମରେ ଶିକ୍ଷା ଦେଉଥିବା ସମସ୍ତ ଶିକ୍ଷାନୁଷ୍ଠାନ ଇଂରାଜୀ ମାଧ୍ୟମକୁ ରୂପାନ୍ତରଣ ହେବା ନିମନ୍ତେ ଜୁନ୍‍ ୧୮ରୁ ୨୮ ମଧ୍ୟରେ ଆବେଦନ କରିବାକୁ ହେବ ବୋଲି ଆନ୍ଧ୍ରପ୍ରଦେଶ ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ତେବେ ସମୁଦାୟ ପାଠ୍ୟକ୍ରମରେ ତେଲୁଗୁ ଭାଷା ଏକ ବିଷୟ ହୋଇ ରହିବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories