www.samajalive.in
Saturday, December 6, 2025
16.1 C
Bhubaneswar

ଜୁଲାଇ ୧ ରେ ଖୋଲିବ ଇଞ୍ଜିନିୟରିଂ କଲେଜ

ନୂଆଦିଲ୍ଲୀ : ଜୁଲାଇ ପହିଲାରୁ ଖୋଲିବ ଇଞ୍ଜନିୟରିଂ କଲେଜ। ଦେଶର ସମସ୍ତ ଇଞ୍ଜିନିୟରିଂ କଲେଜ ଓ ପ୍ରଫେସନାଲ୍ ଏଜୁକେସନ୍ ଇନ୍‌ଷ୍ଟିଚ୍ୟୁସନ୍‌ ଖୋଲିବା ନେଇ ଅଲ୍ ଇଣ୍ଡିଆ କାଉନ୍ସିଲ୍ ଫର୍ ଟେକ୍‌ନିକାଲ୍ ଏଜୁକେସନ୍(ଏଆଇସିଟିଇ) ବିଜ୍ଞପ୍ତି ପ୍ରକାଶ କରିଛି । ଛାତ୍ରାଛାତ୍ରୀଙ୍କ ପରୀକ୍ଷା ଓ ଶିକ୍ଷାବର୍ଷକୁ ନେଇ ଏଆଇସିଟିଇ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛି । ଏନେଇ ଦେଶର ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ସବୁ ରାଜ୍ୟର ବିଭାଗୀୟ ସଚିବଙ୍କୁ ଚିଠି ଲେଖିଛି ଏଆଇସିଟିଇ ।

ଚଳିତ ବର୍ଷ ବାକି ଥିବା ଶେଷ ବର୍ଷର ଶେଷ ସେମିଷ୍ଟାର୍ କରାଇବାକୁ ନେଇ ଗାଇଡଲାଇନ୍‌ରେ ଉଲ୍ଲେଖ କରାଯାଇଛି। ଟର୍ମିନାଲ୍‌ ଓ ଇଣ୍ଟର ମିଡିଏଟ୍ ପରୀକ୍ଷାକୁ ଜୁଲାଇ୧ରୁ ୩୧ ମଧ୍ୟରେ କରାଯିବ। ତେବେ ଅନ୍ୟ ବର୍ଷର ପରୀକ୍ଷା ବାକି ଥିଲେ ସେହି ଛାତ୍ରଛାତ୍ରୀଙ୍କୁ ଇଣ୍ଟରନାଲ୍ ମାର୍କକୁ ଧ୍ୟାନରେ ରଖି ପ୍ରମୋସନ୍ ଦିଆଯିବ ବୋଲି ଏଆଇସିଟିଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

- Advertisement -

ଏଥି ସହିତ ଇଞ୍ଜିନିୟରିଂ କଲେଜ ଓ ପ୍ରଫେସନାଲ୍ ଏଜୁକେସନ୍ ଇନ୍‌ଷ୍ଟିଚ୍ୟୁସନ୍‌ ଗୁଡ଼ିକରେ ନୂଆ ନାମ ଲେଖାଇଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ଅଗଷ୍ଟ ୧ ତାରିଖରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ । ମୁକ୍ତ ଏବଂ ପତ୍ରମାଧ୍ୟମ ଶିକ୍ଷାର୍ଥୀମାନେ ଅଗଷ୍ଟ ୧୫ ତାରିଖ ଠାରୁ ନାମ ଲେଖାଇ ପାରିବେ ।  ଯଦି ଜୁଲାଇ ପର୍ଯ୍ୟନ୍ତ ପରିସ୍ଥିତି ସ୍ବାଭାବିକ ନ ହୁଏ ନୂଆ ସେମିଷ୍ଟର୍ ନିମନ୍ତେ ଅନ୍‌ଲାଇନ୍ କ୍ଲାସ୍ ବ୍ୟବସ୍ଥା କରାଯିବ। ବୋଲି ଏଆଇସିଟିଇ ବିଜ୍ଞପ୍ତିରେ ଉଲ୍ଲେଖ କରିଛି । ଏହାଛଡ଼ା ଚଳିତ ବର୍ଷ ଅର୍ଥାତ ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକ ଫି ବୃଦ୍ଧି ନ କରିବାକୁ ମଧ୍ୟ ଏଆଇସିଟିଇ କହିଛି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories