www.samajalive.in
Monday, December 8, 2025
27.1 C
Bhubaneswar

ଲାଞ୍ଚ ନ ଦେବାରୁ ଠିକାଦାରଙ୍କୁ ଜୀବନ୍ତ ଜାଳିଦେଲେ ଯନ୍ତ୍ରୀ

ଗୋପାଳଗଞ୍ଜ: ଲାଞ୍ଚ ପାଇଁ ଜଣେ ଯନ୍ତ୍ରୀ ଠିକାଦାରଙ୍କୁ ହତ୍ୟା କରିବାକୁ ପଛାଇ ନାହାନ୍ତି। ଏପରି ଏକ ଘଟଣା ଘଟିଛି ବିହାରର ଗୋପାଳଗଞ୍ଜ ଜିଲା ଅନ୍ତର୍ଗତ ଗଣ୍ଡକ ପ୍ରୋଜେକ୍ଟ କାର୍ଯ୍ୟାଳୟରେ। ଠିକାଦାର ଲାଞ୍ଚ ନ ଦେବାରୁ ଜଣେ ଯନ୍ତ୍ରୀ ତାଙ୍କୁ ଜୀବନ୍ତ ଜାଳି ହତ୍ୟା କରିଛନ୍ତି। ହତ୍ୟାର ଶିକାର ହୋଇଥିବା ଠିକାଦାର ରାମାଶଙ୍କର ସିଂହଙ୍କ ପରିବାର ପକ୍ଷରୁ ଏ ସମ୍ପର୍କରେ ଥାନାରେ ବନ୍ୟା ନିୟନ୍ତ୍ରଣ ବିଭାଗ ମୁଖ୍ୟ ଯନ୍ତ୍ରୀ ମୁରଲୀଧର ସିଂହଙ୍କ ବିରୋଧରେ ଅଭିଯୋଗ କରାଯାଇଛି।

ପୁଲିସ ଅଧୀକ୍ଷକ ରଶିଦ୍‌ ଜମା କହିଛନ୍ତି, ଠିକାଦାର ରମାଶଙ୍କର ମୁଖ୍ୟଯନ୍ତ୍ରୀ ମୁରଲୀଧରଙ୍କ ବାସଭବନ ନିର୍ମାଣ କାର୍ଯ୍ୟ କରିଥିଲେ। ଏଥିପାଇଁ ୨ କୋଟି ୨୦ ଲକ୍ଷ ଟଙ୍କାର ଯୋଜନା ହୋଇଥିଲା। କାମ ଶେଷ ହେବା ପରେ ଠିକାଦାର ବକେୟା ଥିବା ୬୦ ଲକ୍ଷ ଟଙ୍କା ମାଗିଥିଲେ। ମାତ୍ର ମୁଖ୍ୟ ଯନ୍ତ୍ରୀ ଟଙ୍କା ଦେବାକୁ ମନା କରିଥିଲେ। ଟଙ୍କା ବିଲ୍‌ ପାସ୍‌ କରାଇବାକୁ ମୁଖ୍ୟ ଯନ୍ତ୍ରୀ ତାଙ୍କୁ ଲାଞ୍ଚ ମାଗିଥିଲେ। କିନ୍ତୁ ରାମାଶଙ୍କର ଲାଞ୍ଚ ଦେବାକୁ ମନା କରିଦଇେଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଚାଲିଥିଲା। ଗତ ଗୁରୁବାର ଟଙ୍କା ପାଇଁ ମୁଖ୍ୟଯନ୍ତ୍ରୀ ମୁରଲୀଧରଙ୍କ ନିକଟରେ ପହଞ୍ଚିଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହା ପରେ ଠିକାଦାରଙ୍କ ଶରୀରରେ ନିଆଁ ଲାଗିଯାଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଏବଂ ପରିବାର ବର୍ଗ ଠିକାଦାର ରାମାଶଙ୍କରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି ଜାତୀୟ ରାଜପଥ ଅବରୋଧ କରିଥିଲେ। ତେବେ ରାମାଶଙ୍କରଙ୍କ ମୃତ୍ୟୁ କିପରି ଘଟିଲା ତାହାକୁ ନେଇ ପୁଲିସ ତଦନ୍ତ କରୁଛି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories