ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ ପାଇଁ ଶକ୍ତି ବିଭାଗ ପକ୍ଷରୁ ବିଦ୍ୟୁତ୍ ଯୋଗାଣ ନେଇ ସତର୍କ ସୂଚନା ଜାରି କରାଯାଇଛି। ପବନର ବେଗ ଅନୁଯାୟୀ ବିଦ୍ୟୁତ ସରବରାହ ଉପରେ ଗୁରୁତ୍ବ ଦିଆଯିବ। ପବନର ବେଗ ଘଣ୍ଟା ପ୍ରତି ୫୦ କିଲୋମିଟର ଟପିଲେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରି ଦିଆଯିବ ବୋଲି ଶକ୍ତି ସଚିବ ହେମନ୍ତ ଶର୍ମା କହିଛନ୍ତି।
ପବନର ବେଗ କମ୍ ହୋଇଯିବା ପରେ ବିଭାଗୀୟ ଅଧିକାରୀମାନେ ନିଜ ନିଜ ଅଂଚଳକୁ ଯାଞ୍ଚ କରିବେ ବୋଲି ସେ କହିଛନ୍ତି । ଏହା ପରେ ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି ଶ୍ରୀ ଶର୍ମା କହିଛନ୍ତି । ତେବେ ଆସନ୍ତାକାଲି ସକାଳେ ଫନି ସ୍ଥଳଭାଗ ସ୍ପର୍ଶ କରିବା ସମୟରେ ପବନର ବେଗ ଅଧିକ ଥିବା ବେଳେ ପଦାକୁ ନ ବାହାରିବା ପାଇଁ କୁହାଯାଇଛି । ରାସ୍ତାରେ ଛିଣ୍ଡି ପଡିଥିବା ବିଦ୍ୟୁତ ତାରକୁ ନଛୁଇଁବା ପାଇଁ ପରାମର୍ଶ ଦିଆଯାଇଛି।



