www.samajalive.in
Monday, December 8, 2025
27.1 C
Bhubaneswar

ଗଞ୍ଜାମରେ ଏନକାଉଣ୍ଟର: ଦୁର୍ଦାନ୍ତ ଅପରାଧୀ କୋକ ଆହତ

ବ୍ରହ୍ମପୁର: ପୁଲିସ ଗୁଳିରେ ଆହତ ହୋଇଛି ଦୁର୍ଦାନ୍ତ ଅପରାଧୀ କୋକ ଓରଫ ସୁଶାନ୍ତ ବେହେରା(୨୫)। କୋକର ଘର ବ୍ରହ୍ମପୁର ଗୋସାଇଁ ନୂଆଗାଁ ରାଜୀବ ନଗରରେ ହୋଇଥିବା ବେଳେ ସେ ଅନେକ ଦିନରୁ ପୁଲିସ ଟାର୍ଗେଟରେ ରହିଥିଲା । ତା ନାମରେ ଗଞ୍ଜାମ ଓ ବ୍ରହ୍ମପୁରରେ ୭ରୁ ଅଧିକ ଅପରାଧିକ ମାମଲା ରହିଛି ।

ସୂଚନା ଅନୁସାରେ, ଶନିବାର ଭୋର ୫ଟା ବେଳେ କୋକ ଗଞ୍ଜାମ ଥାନା ଅନ୍ତର୍ଗତ ଜୟଶ୍ରୀ କେମିକାଲ ରୋଡ଼ରେ ବାଇକରେ ଯାଉଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ପରେ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ତାର ପିଛା କରିଥିଲା । ପୁଲିସକୁ ଦେଖି କୋକ ପ୍ରଥମେ ଗୁଳି ଚଳାଇଥିଲା । ଜବାବରେ ପୁଲିସ ମଧ୍ୟ ପାଲଟା ଗୁଳି ମାଡ଼ କରିଥିଲା । ପରେ ପୁଲିସର ଗୁଳି କୋକର ବାମ ଆଣ୍ଠୁରେ ବାଜିବା ପରେ ସେ ତଳେ ପଡି ଯାଇଥିଲା । ତାକୁ ଗିରଫ କରାଯାଇ ଚିକିତ୍ସା ପାଇଁ ଛତ୍ରପୁର ଓ ପରେ ବ୍ରହ୍ମପୁର ବଡ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ବୋଲି ଏସଡ଼ିପିଓ ୟୁକେ ଦାସ କହିଛନ୍ତି । ଘଟଣାସ୍ଥଳରୁ ଗୋଟିଏ ମାଉଜର, ଗୁଳି, ବାଇକ୍ ଜବତ ହୋଇଛି । ଏହି ଘଟଣାରେ ୨ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories