www.samajalive.in
Sunday, December 7, 2025
18.1 C
Bhubaneswar

ଆସିଲା ଦେଶୀ ସୋସିଆଲ ମିଡିଆ ଆପ୍‌ ‘ଏଲିମେଣ୍ଟସ୍‌’

ନୂଆଦିଲ୍ଲୀ : ସମ୍ପୂର୍ଣ୍ଣ ରୂପେ ସ୍ବଦେଶୀ ଜ୍ଞାନକୌଶଳରେ ତିଆରି ସୋସିଆଲ ମିଡିଆ (ସାମାଜିକ ଗଣମାଧ୍ୟମ) ଆପ୍ ‘ଏଲିମେଣ୍ଟ’କୁ ରବିବାର ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ଶୁଭାରମ୍ଭ କରିଛନ୍ତି। ସମ୍ପ୍ରତି ଭାରତୀୟମାନେ ବ୍ୟବହାର କରୁଥିବା ବିଭିନ୍ନ ସୋସିଆଲ ମିଡିଆ ଯଥା ଫେସବୁକ୍‌, ହ୍ବାଟ୍ସଆପ୍, ଇନଷ୍ଟାଗ୍ରାମ ଓ ଟ୍ବିଟର ଆଦି ବିଦେଶୀ ସଂସ୍ଥା ଦ୍ବାରା ପ୍ରସ୍ତୁତ। ଏଲିମେଣ୍ଟ ହେଉଛି ଦେଶର ପ୍ରଥମ ଦେଶୀ ସୋସିଆଲ ମିଡିଆ। ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଆର୍ଟ ଅଫ ଲିଭିଙ୍ଗର ୧୦୦୦ର ଆଇଟି ବୃତ୍ତିଧାରୀ ଏହି ସୋସିଆଲ ମିଡିଆ ଆପ୍‌କୁ ପ୍ରସ୍ତୁତ କରିଛନ୍ତି। ଏହା ଗୁଗଲ ପ୍ଲେ ଷ୍ଟୋର ଓ ଆପଲ୍ସ ଆପ୍‌ ଷ୍ଟୋରରେ ଉପଲବ୍ଧ ହେବ। ଏହା ଫେସବୁକ୍ ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଚାଲେଞ୍ଜ ଦେବ। ଏଥିରେ ବାର୍ତ୍ତା ପଠାଇବା ସହିତ ଓ ଗ୍ରୁପ୍ ଚାଟିଂର ସୁବିଧା ରହିଛି। ବ୍ୟବହାରକାରୀମାନେ ଏଥିରେ ଦେଶର ଅପଡେଟ୍ ଖବର ଜାଣିପାରିବେ। ବ୍ୟବହାରକାରୀଙ୍କ ସମସ୍ତ ତଥ୍ୟ ଏଥିରେ ସୁରକ୍ଷିତ ରହିବ। ଏହା ଦେଶର ୮ଟି ଭାଷାରେ ଉପଲବ୍ଧ ହେବ। ଏହି ସ୍ବଦେଶୀ ଆପ୍‌ ପ୍ରସ୍ତୁତକୁ ନେଇ ଉପରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଛନ୍ତି। ଭାରତ ସରକାର ୫୯ଟି ଚାଇନା ଆପ୍ସକୁ ନିଷିଦ୍ଧ କରିବା ପରେ ଏପରି ଦେଶୀ ଆପ୍‌ର ପ୍ରସ୍ତୁତ କରାଯାଇଛି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories