ଚୌଦ୍ୱାର: କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ଡାଳିଯୋଡ଼ା ସଂରକ୍ଷିତ ଜଙ୍ଗଲରେ ଏକ ଅସୁସ୍ଥ ମାଈହାତୀର ମୃତ୍ୟୁ ହୋଇଥିବା ଜଣାଯାଡିଛି। ଗୁଳି ମାଡ଼ ଯୋଗୁଁ ଗତ ୪ ଦିନ ଅସୁସ୍ଥ ଥିବା ହାତୀ ଶେଷରେ ସୋମବାର ଆଖି ବୁଜି ଦେଇଛି ।
ସୂଚନା ଅନୁଯାୟୀ, ମଙ୍ଗରାଜପୁର ପଂଚାୟତର ବାଂଝିଆମା ଗ୍ରାମ ନିକଟରେ ଥିବା ଏକ ଜଙ୍ଗଲରେ କିଛି ଦିନ ତଳେ ଶିକାରୀ ଏହି ମାଈହାତୀର ଡାହାଣପଟ ଗୋଡ଼କୁ ଗୁଳି କରିଥିଲେ। ଏହି ମାଈହାତୀଟି ବାଂଝିଆମା ଗ୍ରାମ ନିକଟସ୍ଥ ଜଙ୍ଗଲରେ ବୁଲାବୁଲି କରୁଥିବା ବେଳେ ଆଜି ହଠାତ୍ ମୁମୂର୍ଷୁ ଅବସ୍ଥାରେ ଶୋଇ ରହିଥିଲା। ହାତୀର ଡାହାଣ ଗୋଡ଼ରେ ଯେଉଁଠି ଗୁଳି ବାଜିଛି ସେ ଜାଗାରୁ ପୂଜ ବାହାରୁଥିବାରୁ ବାଂଝିଆମା ଗ୍ରାମର କିଛିଲୋକେ ବନବିଭାଗ କର୍ମଚାରୀଙ୍କୁ ସୂଚନା ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ନନ୍ଦନକାନନର କର୍ମଚାରୀମାନେ ଆସି ତା’ର ଚିକିତ୍ସା କରିଥିଲେ ମଧ୍ୟ ଉକ୍ତ ମାଈହାତୀକୁ ବଞ୍ଚାଇ ପାରି ନ ଥିଲେ।



