ପାଟଣା: ପାଟଣା ବନାଞ୍ଚଳ ଅନ୍ତର୍ଗତ ସାହାରପଡା ବ୍ଲକ ବିନିଦା ଓ ମଙ୍ଗଳପୁର ଗ୍ରାମରେ ଗତରାତି ୨୨ ଘରିଆ ହାତୀପଲ ପଶି ଉତ୍ପାତ କରିଥିଲେ। ବିନିଦା ଗ୍ରାମର ଉପେନ୍ଦ୍ର ନାୟକଙ୍କ ପାଇଖାନା ଘର ହାତୀ ଭାଙ୍ଗିବା ସହ ବିନିଦା ଓ ମଙ୍ଗଳପୁର ଗ୍ରାମର ବୈଲୋଚନ ନାଏକ, ରମେଶ ନାଏକ, ଭୀମସେନ ନାଏକ, ବିଶ୍ବନାଥ ନାଏକ, ହରିହର ଦେହୁରୀ, ତରୂଣ ନାଏକ, ଖଗେଶ୍ବର ନାଏକ, ମେଘନାଦ ନାଏକ, ଶୁକଦେବ ନାଏକ ଓ ଡାଙ୍ଗୁଆ ଦେହୁରୀଙ୍କ ଚାଷ ଜମିରେ ପଶି ହାତୀପଲ ଧାନ ଚାଷ ମାଡି ମକଚି ନଷ୍ଟ କରିଛନ୍ତି। ରାତି ତମାମ ଉପଦ୍ରବ ସାରି ଏହି ହାତୀପଲ ବଡ ଦେଉଳି ଜଙ୍ଗଲରେ ଆଜି ଦିନ ବେଳା ଡେରା ପକାଇଥିବା ଜଣାପଡିଛି। ହାତୀପଲଙ୍କ ଉପରେ ବନବିଭାଗ ନଜର ରଖିଥିବା ପାଟଣା ରେଞ୍ଜର ପବିତ୍ର ମୋହନ ନାଏକଙ୍କ ଠାରୁ ସୂଚନା ମିଳିଛି।
Popular Categories



