ହାତୀ ଘଉଡାଇବାବେଳେ କଚାଡି ମାରିଲା ଦନ୍ତା

ସୁନ୍ଦରଗଡ: ଘଉଡାଇବାବେଳେ ଯୁବକଙ୍କୁ କଚାଡି ମାରିଲା ହାତୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ବଣାଇ ରେଞ୍ଜ ଅଞ୍ଚଳରେ। ହାତୀ ଆକ୍ରମଣରେ କୁଳକୁଟା ମୁଣ୍ଡା ସାହିର ଗୋବିନ୍ଦ ମୁଣ୍ଡାଙ୍କର ମୃତ୍ୟୁ ହୋଇଛି। ଦୁଇ ଦିନ ଧରି ଏକ ଗୋଠଛଡା ଦନ୍ତା ଉତ୍ପାତ ଚଳାଇଥିବାବେଳେ ବନ ବିଭାଗ ସହ ମିଶି ସ୍ଥାନୀୟ ଲୋକ ହାତୀ ଘଉଡାଇଥିଲେ। ହାତୀଟି ବୁଲିପଡି ଗୋବିନ୍ଦ ମୁଣ୍ଡାଙ୍କୁ ଶୁଣ୍ଢରେ କଚାଡି ଦେଇଥିଲା। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.