ବୋଲଗଡ : ବୋଲଗଡ-ବେଗୁନିଆ ନିର୍ବାଚନ ମଣ୍ଡଳୀ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ବିଦ୍ୟୁତ ଉପଭୋକ୍ତାମାନଙ୍କ ମିଳିତ ଆନୁକୂଲ୍ୟରେ ଶନିବାର ଦିନ ୬ଦଫା ଦାବି ନେଇ ବିନୋଦପଡାସ୍ଥ ବିଦ୍ୟୁତ ବିତରଣ ତଥା ମରାମତି କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ସିପିଆଇ କର୍ମୀମାନେ ହାତରେ ପତକା ଧରି ୫୭ ନଂ ଜାତୀୟ ରାଜପଥ ଉପରେ ଟାଟା କମ୍ପାନୀ ଦ୍ୱାରା ପରିଚାଳିତ ବିଦ୍ୟୁତ ବିତରଣ ବିଭାଗ ବିରୋଧରେ ବିଭିନ୍ନ ସ୍ଳୋଗାନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ୬ ଦଫା ସମ୍ବଳିତ ଦାବି ପତ୍ର କନିଷ୍ଠ ଯନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ସେମାନଙ୍କର ଦାବି ଗୁଡିକ ହେଲା ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର ,ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରାଯିବା, ଗରିବ ବିପଏଲ ଶ୍ରେଣୀର ଲୋକଙ୍କୁ ମାଗଣା ବିଦ୍ୟୁତ,ଶିଳ୍ପପତି ତଥା ପୁଞ୍ଜିପତି ଲୋକଙ୍କର ଛାଡ ହେଉଥିବା ବିଦ୍ୟୁତ ଶୁଳ୍କକୁ ପ୍ରତ୍ୟାହାର,ବିଦ୍ୟୁତ ଗ୍ରାହମାନଙ୍କର ଉତ୍ତମସେବା ଏବଂ ଲୋ-ଭୋଲଟେଜ ସମସ୍ୟାର ତୁରନ୍ତ ନିବାରଣ କରାଯିବାକୁ ଦାବି ପତ୍ରରେ ଦର୍ଶାଇଯାଇଥିଲା। ଏହି ଘେରାଉରେ ବୋଲଗଡ-ବେଗୁନିଆର ଛାମୁଆ ସିପିଆଇ ନେତାମାନେ ଅଂଶ ଗ୍ରହଣ କରିଥିଲେ।



