bjd  ek lkhya koti banner

ଜୁନ ୧୯ ଓ ୨୬ରେ ୭୦୭୬ ପ୍ରାଥମିକ ସମବାୟ ସମିତି ନିର୍ବାଚନ

mission shakti banner

ଡେସ୍କ: ଚଳିତ ବର୍ଷ ଜୁନ ୧୯ ଓ ୨୬ରେ ରାଜ୍ୟର ୭ ହଜାର ୭୬ଟି ପ୍ରାଥମିକ ସମବାୟ ସମିତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ୧୫ ଜଣ ନିର୍ଦ୍ଦେଶକ ନିର୍ବାଚିତ ହୋଇ ୧୩୨ଟି କେନ୍ଦ୍ରୀୟ ସମବାୟ ସମିତିକୁ ଯିବେ। ସେଥିରୁ ୧୫ଜଣ ନିର୍ଦ୍ଦେଶକ ଆପେକ୍ସ ବଡିକୁ ଯାଇ ୨୧ ଜଣ ନିର୍ଦ୍ଦେଶକ ନିର୍ବାଚିତ କରିବେ। ପ୍ରାଥମିକ ସମବାୟ ସମିତି ନିର୍ବାଚନର ତିନି ମାସ ପରେ ସେଂଟ୍ରାଲ ସମବାୟ ସମିତି ନିର୍ବାଚନ ଓ ତାର ୩ ମାସ ପରେ ଆପେକ୍ସ ବଡି ନିର୍ବାଚନ ହେବ। ରାଜ୍ୟ ସମବାୟ ନିର୍ବାଚନ କମିଶନର ସୁନ୍ଦରଲାଲ ସିଲ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ପ୍ରାଥମିକ, ସେଂଟ୍ରାଲ ଓ ଆପେକ୍ସକୁ ମିଶାଇ ରାଜ୍ୟରେ ସମୁଦାୟ ୭୨୨୯ ସମବାୟ ସମିତି ଅଛି। ଯେଉଁଥିରେ ରାଜ୍ୟ ସରକାରଙ୍କ ୫ଟି ବିଭାଗ ରହିଛି। ଏଥିରେ ସମବାୟର ୪୧୫୨, ହସ୍ତତନ୍ତ ଓ ବୟନଶିଳ୍ପର ୮୦୩, ମତ୍ସ୍ୟ ସମ୍ପଦର ୧୯୧୨, ଏମଏସଏମଇର ୨୦୮ ଓ ଆୟୁଷର ଗୋଟିଏ ସମବାୟ ସମିତି ଅଛି। ଏ ଯାଏ ୩୦,୦୯,୧୦୫ ଚାଷୀ ଭୋଟର ଅଛନ୍ତି। କେତେକଙ୍କ ଭୋଟର ଲିଷ୍ଟ ଅପଡେଟ ନ ଥିବାରୁ କଟିବ। ଆସନ୍ତା ଦୁଇ ମାସ ଭିତରେ ୩୮୯୨ ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତି ଦେଇ ଟ୍ରେନିଂ ଦେବେ ଜିଲ୍ଲା ସମବାୟ ନିର୍ବାଚନ ଅଧିକାରୀ। ଏହି ନିର୍ବାଚନ ଅଧିକାରୀମାନେ ସମବାୟ ସମିତିସ୍ତରରେ ବିଜ୍ଞପ୍ତି ପ୍ରକାଶ କରିବେ। ନୋଟିସକୁ ପ୍ରଚାର ପ୍ରସାର ପାଇଁ ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ ଲଗାଯିବ। ସେମାନେ ନୂଆ ଭୋଟରଙ୍କଠାରୁ ତଥ୍ୟ ମାଗିବାଠାରୁ ଆରମ୍ଭ କରି ନିର୍ବାଚନର ସମସ୍ତ କାର୍ଯ୍ୟ ସମ୍ପାଦନ କରିବେ। ନିର୍ବାଚନରେ ଦଳୀୟ ଚିହ୍ନ ରହିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।

Comments are closed.