ନୂଆଦଲ୍ଲୀ : ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ କର୍ଣ୍ଣାଟକରେ ବିଜେପି ଆଗୁଆ ରହିଛି। ରାଜସ୍ଥାନରେ ବିଜେପି ୭ଟି ଲୋକସଭା ଆସନରେ ବିଜୟୀ ହୋଇଥିବା ବେଳେ ୧୭ଟି ଆସନରେ ଆଗୁଆ ରହିଛି। ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି ଏଠାରେ ଗୋଟିଏ ଆସନରେ ବିଜୟୀ ହୋଇଛି।
ସେହିପରି ମଧ୍ୟପ୍ରଦେଶରେ ବିଜେପି ମଧ୍ୟ ଭଲ ପ୍ରଦର୍ଶନ କରିଛି । ବିଜେପି ଏଠାରେ ୨ଟି ଆସନରେ ବିଜୟୀ ହୋଇଥିବା ବେଳେ ୨୬ଟି ଆସନରେ ଆଗୁଆ ରହିଛି। ସେହିପରି ଏଠାରେ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ରହିଛି।
ସେହିପରି କର୍ଣ୍ଣାଟକରେ ଭାରତୀୟ ଜନତା ପାର୍ଟି ୧୪ଟି ଆସନରେ ବିଜୟୀ ହୋଇଥିବା ବେଳେ ୧୧ଟି ଆସନରେ ବିଜୟୀ ହୋଇଛି। କଂଗ୍ରେସ ଓ ଜନତାଦଳ(ଏସ୍) ଏଠାରେ ଗୋଟିଏ ଲେଖାଁଏ ଆସନରେ ବିଜୟୀ ହୋଇଛନ୍ତି ।
ସେହିପରି ବିହାରରେ ମଧ୍ୟ ବିଜେପି ଓ ଏନଡିଏ ଅପାର ସଫଳତା ହାସଲ କରିଛନ୍ତି। ଏଠାରେ ବିଜେପି ୨ଟି ଆସନରେ ବିଜୟୀ ହୋଇଥିବା ବେଳେ ୧୫ଟି ଆସନରେ ଆଗୁଆ ରହିଛି । ଜେଡିୟୁ ୧୬ଟି ଆସନରେ ଆଗୁଆ ରହିଛି। ଲୋକ ଜନଶକ୍ତି ପାର୍ଟି ଗୋଟିଏ ଆସନରେ ବିଜୟୀ ହୋଇଥିବା ବେଳେ ୫ଟି ଆସନରେ ଆଗୁଆ ରହିଛି । ମୋଟ ୪୦ଟି ଆସନରୁ ଏନଡିଏ ୩ଟିରେ ବିଜୟ ହାସଲ କରିବାକୁ ଯାଉଛି।



