www.samajalive.in
Sunday, December 7, 2025
13.1 C
Bhubaneswar

ପୋଲିଂ ବୁଥ୍ ଅଭିମୁଖେ କର୍ମଚାରୀ: ପ୍ରସ୍ତୁତି ଜୋରଦାର ,୧୮ରେ ହେବ ଭାଗ୍ୟ ପରୀକ୍ଷା

ରାମନାଗୁଡା: ରାୟଗଡ଼ା ଜିଲ୍ଲା ଗୁଣୁପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାମନାଗୁଡା ବ୍ଲକ ପଞ୍ଚାୟତ ସମିତି କାର୍ୟ୍ୟାଳୟ ପରିସରରେ ୧୨ ଗୋଟି ସରପଞ୍ଚ, ସମିତି ସଭ୍ୟ ଏବଂ ୨ଟି ଜିଲ୍ଲା ପରିଷଦ ଆସନ ପାଇଁ ନିର୍ବାଚନ ନିମନ୍ତେ ବୁଧବାର ସ୍ଥାନୀୟ ବ୍ଲକ ଅନ୍ତର୍ଗତ ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡ ସଭ୍ୟ ପଦବୀ ନିମନ୍ତେ ନିର୍ବାଚନ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ଏଥିପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ କରାଯାଇଛି। ଆଜି ପଂଚାୟତ ସମିତି ଅନ୍ତର୍ଗତ ୧୫୬ ଟି ବୁଥ୍ ପାଇଁ ୬୨୪ ଜଣ ପୋଲିଂ ନିମନ୍ତେ ନିୟୋଜିତ ହୋଇଥିବା ବେଳେ ୪୦ ଜଣ ପୋଲିଂ ଅଧିକାରୀଙ୍କୁ ସଂରକ୍ଷିତ ଭାବେ ରଖାଯାଇଛି। ପୋଲିଂ ଅଧିକାରୀ, ପ୍ରିଜାଇଡିଂ ଅଧିକାରୀ ଓ ପୋଲିସ କର୍ମଚାରୀ ପ୍ରଥମେ ବ୍ଲକରେ ପହଞ୍ଚି ନିଜ ନିଜ ପୋଲିଂ ବ୍ୟବହୃତ ସାମଗ୍ରୀ ବାଲାଟ ପେପର, ବାଲାଟ ବାକ୍ସ, କାଳି ଇତ୍ୟାଦି ସଂଗ୍ରହ କରି ବ୍ଲକର ବିଭିନ୍ନ ବୁଥକୁ ଗସ୍ତ କରିଛନ୍ତି। ଚଳିତ ବର୍ଷ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ରାମନାଗୁଡା ବ୍ଲକ ‘କ’ ଓ ‘ଖ’ ଜୋନ ପାଇଁ ୭ ଜଣ ଜିଲ୍ଲା ପରିଷଦ ସଭ୍ୟ, ୪୩ ଜଣ ସରପଞ୍ଚ ପ୍ରାର୍ଥୀ, ୩୪ ଜଣ ସମିତିସଭ୍ୟ ପ୍ରାର୍ଥୀ, ୩୩ ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଛନ୍ତି। ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କର ମୋଟ ୫୨.୬୩୨ ଜଣ ଭୋଟର ଭାଗ୍ୟ ନିର୍ଦ୍ଧାରଣ କରିବେ। ସେହିପରି ୧୨୮ଜଣ ୱାର୍ଡ ସଭ୍ୟ ନିର୍ଦ୍ବନ୍ଦରେ ବିଜୟୀ ହୋଇ ସାରିଛନ୍ତି। ତେବେ ଆଜିର କାର୍ୟ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହ ଜାରି ରହିଛି ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଣୁଧର ଶବର ସୂଚନା ଦେଇଛନ୍ତି। ଉକ୍ତ ପୋଲିଂ ପ୍ରସ୍ତୁତି କାର୍ୟ୍ୟକ୍ରମକୁ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର ପରିଚାଳନା କରିଥିବା ବେଳେ କାର୍ୟ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories