www.samajalive.in
Monday, December 8, 2025
27.1 C
Bhubaneswar

ଏକ ସ୍ମରଣୀୟ ବିଜୟ

ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ୨୦୧୯ ବର୍ଷଟି ଭଲ ସମ୍ବାଦ ଆଣିଛି। ପ୍ରଥମଥର ପାଇଁ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ସେ ଦେଶ ମାଟିରେ ୨-୧ରେ ସିରିଜ୍‌ ହରାଇବାର ବିରଳ ସଫଳତା ଲାଭ କରିଛି। ଏଥିପାଇଁ ବିରାଟ କୋହଲି ଓ ତାଙ୍କ ଦଳ ନିଶ୍ଚିତ ଅଭିନନ୍ଦନର ପାତ୍ର। ଭାରତ ଅବଶ୍ୟ ଅଷ୍ଟ୍ରେଲିଆର ଏକ ଦୁର୍ବଳଦଳ ସହିତ ଖେଳୁଥିଲା। ବଲ ଟାମ୍ପରିଂ ମାମଲାରୁ ସେ ଦେଶର ତିନି ପ୍ରମୁଖ ​‌େ​‌ଖଳାଳି ସ୍ମିଥ, ୱାର୍ଣ୍ଣର ଓ ବାନ୍‌କ୍ରଫ୍ଟ ବାସନ୍ଦ କାରଣରୁ ଦଳରେ ନଥିଲେ। ଏହା ନିଶ୍ଚିତ ଯେ ବ୍ୟାଟିଂ ଦୃଷ୍ଟିରୁ ଅଷ୍ଟ୍ରେଲିଆ ଦଳ ଅପେକ୍ଷାକୃତ ଦୁର୍ବଳ ଥିଲା; କିନ୍ତୁ ଏହାର ବୋଲିଂ ବିଭାଗ ପୂର୍ବପରି ପରାକ୍ରମୀ ରହିଥିଲା। ଭାରତ ପ୍ରଥମ, ତୃତୀୟ ମ୍ୟାଚ ବେଶ୍‌ ପ୍ରଭାବଶାଳୀ ଢଙ୍ଗରେ ଜିତିଥିବାବେଳେ ଚତୁର୍ଥ ଓ ଅନ୍ତିମ ଟେଷ୍ଟ ସିଡନୀରେ ପ୍ରତିକୂଳ ପାଗ ଯୋଗୁ ଜିତିପାରିଲା ନାହିଁ। ତେବେ ଦ୍ବିତୀୟ ଟେଷ୍ଟରେ ଭାରତର ଲଜ୍ଜାଜନକ ପରାଜୟ ପାଇଁ ବ୍ୟାଟ୍ସମ୍ୟାନ୍‌ମାନଙ୍କ ବିଫଳତା ସହିତ ଖେଳାଳି ମନୋନୟନ ଓ ଦଳୀୟ ପରିଚାଳନାଗତ ତ୍ରୁଟି ଯୋଗୁଁ ଭାରତ ଯେ ହାରିଲା, ଏହା ଅନସ୍ବୀକାର୍ଯ୍ୟ।
ଭାରତର ଓପନିଂ ସମସ୍ୟାର ସମାଧାନ ପରିବର୍ତ୍ତିତ ସ୍ଥିତିରେ ନବାଗତ ମୟଙ୍କ ଅଗ୍ରୱାଲ କରିଥିଲେ ମଧ୍ୟ ଏହା ଏବେ ବି ଆଉଜଣେ ଭଲ ଓପନର ଲୋଡ଼ୁଛି। ପୃଥ୍ବୀ ସ’ଙ୍କ ଆହତଜନିତ ସମସ୍ୟାର ସମାଧାନ କରିବାରେ ରାହୁଳ ଓ ବିଜୟ ବିଫଳ ହୋଇଛନ୍ତି। ସେଇଭଳି ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ପ୍ରଦର୍ଶନ କ୍ରୀଡ଼ାପ୍ରେମୀଙ୍କୁ ନିରାଶ କରିଛି। ହେଲେ ସମଗ୍ର ସିରିଜରେ ଚେତେଶ୍ବର ପୂଜାରା ତାଙ୍କର ଚମତ୍କାର ପ୍ରଦର୍ଶନ ଜାରି ରଖି ତାଙ୍କ ଉପରେ ଥିବା ଭରସାକୁ ପୁନଃ ପ୍ରମାଣିତ କରିଛନ୍ତି। ଅଧିନାୟକ ବିରାଟ କୋହଲି ସିରିଜ୍‌ରେ ୩ଟି ଶତକ ଲଗାଇ ନିଜର ବ୍ୟାଟିଂ ଦକ୍ଷତାକୁ ପୁନଃ ଜାହିର କରିଥିବାବେଳେ ନବାଗତ ଉଇକେଟ୍‌ ରକ୍ଷକ ଋଷଭ ପନ୍ତ ତାଙ୍କ ଦକ୍ଷତାର ବିନିଯୋଗ କରି ଆଶାଜନକ ପ୍ରଦର୍ଶନ କରିଛନ୍ତି।
ଭାରତୀୟ ପେସ୍‌ବୋଲରଙ୍କ ସହିତ ସ୍ପିନର୍‌ମାନେ ନିଜର ଦକ୍ଷତା ମୁତାବକ ଏହି ସିରିଜ୍‌ରେ କେବଳ ଉତ୍ତମ ପ୍ରଦର୍ଶନ କରିନାହାନ୍ତି; ମିଳିତ ଭାବେ ନିଜନିଜ ଭିତରେ ଉଇକେଟ୍‌ ବାଣ୍ଟିନେବାସହ ପ୍ରତିପକ୍ଷ ଦଳକୁ ସିରିଜ ସାରା ଚାପରେ ରଖିବାରେ ସଫଳ ହୋଇଛନ୍ତି। ଏଥି ସହିତ ଘରୋଇ ମାଟିର ବାଘ ଓ ବିଦେଶରେ ଛେଳି ବୋଲି ଭାରତକୁ ଯେୁଉଁ ତାଚ୍ଛଲ୍ୟ କରାଯାଉଥିଲା ତାହାର ଅବସାନ ଆମ କ୍ରିକେଟର ଘଟାଇଛନ୍ତି। ଫ୍ଲାଟ ପିଚ୍‌ ଭଳି ବାଉନ୍ସି ପିଚ୍‌ରେ ଆମ ଖେଳାଳି ଯେ ଭଲ କରିପାରନ୍ତି ତାହା ପ୍ରମାଣକରି ଦେଖାଇ ଦେଇଛନ୍ତି। ଏହି ବିଜୟ ନିଶ୍ଚୟ ସ୍ମରଣୀୟ। ଏହି ଧାରାକୁ ବଜାୟ ରଖିବା ଆମପାଇଁ ସବୁଠୁ ବଡ଼ ଆହ୍ବାନ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories