www.samajalive.in
Saturday, December 13, 2025
15.1 C
Bhubaneswar

ଆସ୍ଥାହୀନ ଗତି ; ନୂଆ ରାସ୍ତା ଖୋଜିବାକୁ ପଡ଼ିବ

ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ଚଳିତ ଆର୍ଥିକ ବର୍ଷରେ ବିଯୁକ୍ତାତ୍ମକ ହୋଇପାରେ ବୋଲି ଅନୁମାନ କରାଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ), ଆନ୍ତର୍ଜାତିକ ରେଟିଂ ସଂସ୍ଥା ଓ ଅର୍ଥ ବିଶାରଦଙ୍କ ପୂର୍ବାନୁମାନରୁ ଆପାତତଃ ଏହା ସ୍ପଷ୍ଟ ହେଉଛି। ଏହି ସମୟରେ ଭାରତର ଅର୍ଥନୀତିର ଆଉ ଏକ ନକାରାତ୍ମକ ତଥ୍ୟ ସାମ୍ନାକୁ ଆସିଛି। ସାମଗ୍ରିକ ଭାବେ ଦେଶର ଅର୍ଥନୀତି ପ୍ରତି ଦେଶବାସୀଙ୍କ ଆସ୍ଥା ହ୍ରାସ ପାଇଥିବା ଆରବିଆଇର ସର୍ବେକ୍ଷଣ ସୂଚାଉଛି। ସାମ୍ପ୍ରତିକ ଅର୍ଥନୈତିକ ସ୍ଥିତି, ନିଯୁକ୍ତି ବଜାର, ଲୋକଙ୍କ ଆୟ ଆଦି ଆଧାରରେ ଗତ ମେ’ ମାସରେ ହୋଇଥିବା ଏହି ସର୍ବେକ୍ଷଣରେ ଦେଶର ଉପଭୋକ୍ତାଙ୍କ ନୈରାଶ୍ୟଜନକ ଚିତ୍ର ପ୍ରତିଫଳିତ ହୋଇଛି।

ସବୁଠାରୁ ଉଦ୍‌ବେଗଜନକ ହେଉଛି, ଆସନ୍ତା ଆର୍ଥିକ ବର୍ଷରେ ମଧ୍ୟ ଦେଶର ଆର୍ଥିକ ସ୍ଥିତିକୁ ନେଇ ଦେଶବାସୀ ସେତେଟା ଆଶାବାଦୀ ନୁହନ୍ତି। ଅର୍ଥାତ୍ ଚଳିତ ଆର୍ଥିକ ବର୍ଷରେ ଲାଗି ରହିଥିବା ଆର୍ଥିକ ସଙ୍କଟରୁ ଆସନ୍ତା ବର୍ଷ ମୁକୁଳିବାର ସମ୍ଭାବନା କମ୍ ବୋଲି ଭାରତୀୟ ଉପଭୋକ୍ତା ଏକପ୍ରକାର ନିଶ୍ଚିତ ଅଛନ୍ତି। ଆରବିଆଇର ତଥ୍ୟାନୁଯାୟୀ, ସାମ୍ପ୍ରତିକ ସ୍ଥିତି ସୂଚକାଙ୍କ(ସିଏସ୍ଆଇ) ଓ ଭବିଷ୍ୟତ ପ୍ରତ୍ୟାଶା ସୂଚକାଙ୍କ(ଏଫ୍ଇଆଇ) ଉଭୟ ନକାରାତ୍ମକ ରହିଛି। ଯଦି ୨୨ ଜଣିଆ ବିଶେଷଜ୍ଞ ମଣ୍ଡଳୀଙ୍କ ଆକଳନକୁ ବିଶ୍ୱାସକୁ ନିଆଯାଏ ତେବେ ଚଳିତ ଆର୍ଥିକ ବର୍ଷରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ବିଯୁକ୍ତ ୧.୫% ହେବ; କିନ୍ତୁ ଆସନ୍ତା ଆର୍ଥିକ ବର୍ଷରେ ସୁଧାର ଆସି ଯୁକ୍ତାତ୍ମକ ୭.୨% ହେବ। ଆରବିଆଇ ଓ ବିଶେଷଜ୍ଞ କମିଟିର ତଥ୍ୟକୁ ମିଳାଇ ଅନୁଶୀଳନ କଲେ ଏହି ଉପସଂହାର ମିଳୁଛି ଯେ କ୍ରମଶଃ ମହାମାରୀ ପଞ୍ଝାରୁ ମୁକୁଳି ଅର୍ଥନୀତିର ଗତି ତ୍ୱରାନ୍ୱିତ ହେବ; କିନ୍ତୁ ଉପଭୋକ୍ତାଙ୍କ ବିଶ୍ୱାସ ଓ ଭରସା ହାସଲ କରିପାରିବ ନାହିଁ। ଅର୍ଥନୀତିର ଗତି ଆସ୍ଥାହୀନ ହେବ।
ଉପଭୋକ୍ତାଙ୍କ ଏଭଳି ନୈରାଶ୍ୟ ବିଜଡ଼ିତ ତଥ୍ୟକୁ ବିଶ୍ୱାସକୁ ନେବାରେ କୌଣସି ସଂଶୟ ନାହିଁ। ଇତିମଧ୍ୟରେ ଖାଉଟି ସାମଗ୍ରୀ ଦର ବଢ଼ିଚାଲିଥିବାବେଳେ ଉତ୍ପାଦନ ହ୍ରାସ ଯୋଗୁଁ ଆଗାମୀ ଦିନରେ ଏହା ଆହୁରି ବୃଦ୍ଧି ପାଇ ମୁଦ୍ରାସ୍ଫୀତି ସମସ୍ୟାକୁ ଜନ୍ମ ଦେବ। ଜମା ଉପରେ ସୁଧ ହାର ହ୍ରାସ, ନିଯୁକ୍ତି ଓ ଆୟରେ ସଂକୋଚନ ଆଦି ଯୋଗୁଁ ଉପଭୋକ୍ତାଙ୍କ ଆର୍ଥିକ ସଙ୍କଟ ଆହୁରି ଉତ୍କଟ ହେବ। ଗତ କିଛିବର୍ଷ ତଳୁ ଦେଶର ଅର୍ଥନୀତିରେ ସୃଷ୍ଟି ହୋଇସାରିଥିବା ସଙ୍କଟ ନିକଟ ଭବିଷ୍ୟତରେ ସୁଧୁରିବାର ଆଶା ନାହିଁ। ଗତ ଆର୍ଥିକ ବର୍ଷର ଦ୍ୱିତୀୟ ​‌େ‌ତ୍ରୖମାସିକର ଶେଷ ଆଡ଼କୁ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଥିବା ଟିକସ ସଂସ୍କାରର ଫଳସ୍ୱରୂପ କେନ୍ଦ୍ର ସରକାରଙ୍କ ମୋଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ପରିମାଣ ଧାର୍ଯ୍ୟ ଲକ୍ଷ୍ୟଠାରୁ ୪.୯୨% ବା ୧୨.୩୩ ଲକ୍ଷ କୋଟି ଟଙ୍କା କମ୍ ରହିବ। ତେଣୁ ଏଭଳି ପରିସ୍ଥିତିରେ ଆତ୍ମନିର୍ଭର ଭାରତ ଅଭିଯାନର ଲକ୍ଷ୍ୟ ଓ ଯୋଜନା କେତେ ବାସ୍ତବବାଦୀ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।

- Advertisement -

ଉପରୋକ୍ତ କେତେକ କାରକ ଉପଭୋକ୍ତାଙ୍କୁ ନିରାଶାବାଦୀ କରିବା ସ୍ୱାଭାବିକ। ଦେଶର ଅର୍ଥନୀତିର ବେଗ କେତେ ରହିବ ତାହା ଉପଭୋକ୍ତାଙ୍କ ଚାହିଦା ଉପରେ ନିର୍ଭର କରୁଥିବାରୁ ଆରବିଆଇର ଏହି ତଥ୍ୟ ନିଶ୍ଚିତ ରୂପେ ବିଦେଶୀ ନିବେଶକ ଓ ଭାରତରେ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବା ବିଦେଶୀ କମ୍ପାନୀଙ୍କୁ ପରାଙ୍‌ମୁଖୀ କରିପାରେ। ଉପଭୋକ୍ତାଙ୍କ ଆଶା, ବିଶ୍ୱାସ ସହିତ ବିଦେଶୀ ନିବେଶକଙ୍କ ଭରସା ଜିତିବାକୁ ହେଲେ କେନ୍ଦ୍ର ସରକାର ଚାହିଦା ଭିତ୍ତିକ ଯୋଜନା ପ୍ରଣୟନ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ଅର୍ଥନୀତି ଆଶାଯୁକ୍ତ ହେଲେ ଅଭିବୃଦ୍ଧି ଆହୁରି ତ୍ୱରାନ୍ୱିତ ହୋଇପାରିବ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories