www.samajalive.in
Sunday, December 7, 2025
16.1 C
Bhubaneswar

ଔଷଧୀୟ ମଞ୍ଜିରେ ନିର୍ମାଣ ହେଉଛି ଗଣେଶ ମୂର୍ତ୍ତି, ସ୍ୱାବଲମ୍ବୀ ହେଉଛନ୍ତି ମହିଳା

ଆଗକୁ ଗଣେଶ ପୂଜା ଆସୁଥିବାରୁ ବିଭିନ୍ନ ସଂସ୍ଥା ଓ କାରିଗରମାନେ ମୂର୍ତ୍ତି ତିଆରିରେ ବ୍ୟସ୍ତ ଥିବା ବେଳେ ଉତ୍ତରପ୍ରଦେଶ ଲକ୍ଷ୍ନୌର କେତେକ ସଂଗଠନଗୁଡ଼ିକ ଗଣେଶ ପୂଜା ତଥା ଅନ୍ୟାନ୍ୟ ପର୍ବଗୁଡ଼ିକ ପାଇଁ ପରିବେଶ ଅନୁକୂଳ ମୂର୍ତ୍ତି ନିର୍ମାଣ କରୁଛନ୍ତି। ଔଷଧୀୟ ମଞ୍ଜିରେ ତିଆରି ହେଉଥିବା ଏହି ପ୍ରତିମା ସବୁ ବୃକ୍ଷରୋପଣ କ୍ଷେତ୍ରରେ ମଧ୍ୟ ସହାୟକ ହେବ। ନାଗରିକ ବିକାଶ ଫାଉଣ୍ଡେସନ୍ ନାମକ ଏକ ଏନଜିଓ ପ୍ରଭୁ ଗଣେଶ ମୂର୍ତ୍ତିଗୁଡ଼ିକରେ ତୁଳସୀ ଏବଂ ଅନ୍ୟାନ୍ୟ ଔଷଧୀୟ ବୃକ୍ଷର ମଞ୍ଜି ବ୍ୟବହାର କରିଛନ୍ତି ଯାହା ଦ୍ୱାରା ଲୋକମାନେ ଏହାକୁ ବ୍ୟବହାର ପରେ ହାଣ୍ଡି କିମ୍ବା ବଗିଚାରେ ଲଗାଇ ପାରିବେ।

ସେହି ସଂଗଠନ କହିଛି, ‘ଗଣେଶ ପୂଜା ଆସୁଛି ତେଣୁ ଆମେ ପ୍ରଭୁଙ୍କ ମୂର୍ତ୍ତି ଲୋକଙ୍କୁ ବାଣ୍ଟୁଛୁ। ଆମେ ଔଷଧୀୟ ମଞ୍ଜିରେ ତିଆରି ମୂର୍ତ୍ତି ଲୋକମାନଙ୍କୁ ଦେଉଛୁ ଫଳରେ ସେମାନଙ୍କୁ ଅଲଗା ପଇସା ଖର୍ଚ୍ଚ କରି ମଞ୍ଜି କିଣିବାକୁ ପଡିବ ନାହିଁ। ସଂଗଠନ ଦ୍ୱାରା ନିର୍ମିତ ସାମଗ୍ରୀର ସଂଖ୍ୟା ଦର୍ଶାଇ ସେ କହିଛନ୍ତି, ‘ଦୀପାବଳି ଆସୁଥିବାରୁ ଆମେ ପ୍ରଭୁ ଗଣେଶ ଏବଂ ଲକ୍ଷ୍ମୀଙ୍କ ମୂର୍ତ୍ତି ବ୍ୟତୀତ ଗୋବରରେ ନିର୍ମିତ ଦୀପ ମଧ୍ୟ ପ୍ରସ୍ତୁତ କରୁଛୁ।

- Advertisement -

ସେହି ସଙ୍ଗଠନରେ କାର୍ଯ୍ୟ କରୁଥିବା ଜଣେ ମହିଳା କହିଛନ୍ତି ଯେ ସଂଗଠନ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ଚେଷ୍ଟା କରୁଛି। ସେମାନେ ଘର ଏବଂ ମନ୍ଦିରରୁ ବାହାରୁଥିବା ଦ୍ରବ୍ୟଗୁଡିକୁ ପୁନଃ ବ୍ୟବହାରକ୍ଷ୍ମ କରୁଛନ୍ତି। ଗତ ମାର୍ଚ୍ଚ ମାସରୁ କରୋନା ଜନିତ କଟକଣା ଯୋଗୁ ଆୟ ନ ଥିବା ମହିଳାମାନଙ୍କୁ ଏଭଳି ପଦକ୍ଷେପ ରୋଜଗାରକ୍ଷମ ହେବାର ନୂଆ ରାସ୍ତା ଦେଖାଇଛି।

ସେହି ସଂଗଠନର ମହିଳାମାନେ ମଧ୍ୟ ହର୍ବାଲ ସାନିଟାଇଜର ଉତ୍ପାଦନ କରି ସରକାରଙ୍କୁ ଯୋଗାଇଛନ୍ତି। ଏହା ଛଡା ସେମାନେ ୨ ଲକ୍ଷ ମାସ୍କ ତିଆରି କରି ବସ୍ତି ଅଞ୍ଚଳରେ ବିକ୍ରି କରିଥିବା କହିଛନ୍ତି। ୩ ଶହ ଦଳଙ୍କୁ ନେଇ ଗଠିତ ସେହି ସଂଗଠନ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ତାଲିମ ଦେଇଥାଏ। ସଂଗଠନ ଏକ ଘଣ୍ଟାରେ ୧୦୦ଟି ମାଟି ଦୀପ ଏବଂ ଏକ ଘଣ୍ଟାରେ ପ୍ରଭୁ ଗଣେଶ ଏବଂ ଦେବୀ ଲକ୍ଷ୍ମୀଙ୍କ ମୂର୍ତ୍ତି ତିଆରି କରନ୍ତି ବୋଲି ଜଣାପଡିଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories