www.samajalive.in
Friday, December 5, 2025
23.1 C
Bhubaneswar

ଏକ୍‌‌ଜିଟ ପୋଲ ପ୍ରସାରଣ: ଘରୋଇ ଓଡ଼ିଆ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଇସିଆଇ

ସମାଜ ଡିଜିଟାଲ ଡେସ୍କ: ନିର୍ବାଚନ ଚାଲିଥିବା ସମୟରେ ଏକ୍‌‌ଜିଟ୍‌‌ ପୋଲ ପ୍ରସାରଣ କରି ଅଡୁଆରେ ପଡ଼ିଛି ଏକ ଘରୋଇ ଓଡ଼ିଆ ଖବର ପ୍ରସାରଣ ସରବରାହ ସଂସ୍ଥା। ଉକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ଓଡ଼ିଶାର ଏକ ଘରୋଇ ଓଡ଼ିଆ ଟେଲିଭିଜନ ଚ୍ୟାନେଲ ଗତ ୨୯ ତାରିଖରେ ଏକ୍‌‌ଜିଟ ପୋଲ ରିପୋର୍ଟ ପ୍ରସାରଣ କରିଥିଲା। ଜନପ୍ରତିନିଧି ଆଇନ ୧୯୫୧ ସେକ୍‌‌ସନ ୧୨୬ଏ ଅନୁସାରେ ନିର୍ବାଚନ ସମୟରେ ଏକ୍‌‌ଜିଟ୍‌‌ ପୋଲ ରିପୋର୍ଟ କୌଣସି ପ୍ରକାର ଗଣମାଧ୍ୟମରେ ପ୍ରକାଶ କରିବା ବା ପ୍ରସାରଣ କରିବା ଅନୁଚିତ। ଏ ନେଇ ଗତ ମାର୍ଚ୍ଚ ୨୮ ତାରିଖରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏକ ନୋଟିସ ଜାରି କରାଯାଇ ୧୯ ଏପ୍ରିଲ ୨୦୨୪ ସକାଳ ୭ଟା ପରଠାରୁ ୧ ଜୁନ ୨୦୨୪ ସନ୍ଧ୍ୟା ୬ଟା ୩୦ ମଧ୍ୟରେ ଏକ୍‌‌ଜିଟ୍‌‌ ପୋଲ ସଂକ୍ରାନ୍ତ ରିପୋର୍ଟ ପ୍ରସାରଣ କରିବା ଉପରେ ନିଷେଦ୍ଧାଦେଶ ଜାରି କରିଥିଲେ। କିନ୍ତୁ ଏକ ଓଡ଼ିଆ ଚ୍ୟାନେଲ ଏହାର ଉଲ୍ଲଂଘନ କରି ଏକ୍‌‌ଜିଟ ପୋଲ ପ୍ରସାରଣ କରିଥିବାରୁ ସମ୍ପୃକ୍ତ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ମେ ୨୯ ତାରିଖ ସନ୍ଧ୍ୟା ୫ଟା ୩୦ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନେବା ଲାଗି ଆୟୋଗ ଜାରି କରିଥିବା ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories