ନୂଆଦିଲ୍ଲୀ : ଅରୁଣାଚଳପ୍ରଦେଶ, ଆସାମ ଏବଂ ନାଗାଲାଣ୍ଡର କେତେକ ସ୍ଥାନରେ ଶୁକ୍ରବାର ଅପରାହ୍ଣରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୬ ରେକର୍ଡ କରାଯାଇଛି।
ପାଣିପାଗ ଓ ଭୂତତ୍ତ୍ୱ ବିଭାଗ ସୂଚନା ଅନୁସାରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଅରୁଣାଚଳପ୍ରଦେଶ ପୂର୍ବ କାମେଙ୍ଗ ଜିଲାରେ ୧୦ କିଲୋମିଟର ଭୂଗର୍ଭ ତଳେ ଥିଲା। ଅପରାହ୍ଣ ୨ଟା ୫୨ ସମୟରେ ଗୁଆହାଟି ସମେତ ଆସାମ, ନାଗାଲାଣ୍ଡ, ଦିମାପୁରର କେତେକ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏଥିରେ କାହାର ମୃତାହତ ହେବାର ଖବର ମିଳିନାହିଁ।
ଅରୁଣାଚଳ ଏବଂ ଆସାମରେ ଭୂକମ୍ପ ଝଟକା ଅନୁଭୂତ
Popular Categories



