ରାତିରେ ହେଲା ଭୂକମ୍ପ: ଥରିଲା ଏହି ରାଜ୍ୟ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ଓ ଜମ୍ମୁ-କାଶ୍ମୀର ପରେ ବର୍ତ୍ତମାନ ରାଜସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି। ବିଳମ୍ବିତ ରାତି ପ୍ରାୟ ସାଢେ ଗୋଟାଏ ବେଳେ ରାଜସ୍ଥାନର ପାଲି ଅଂଚଳରେ ଭୂକମ୍ପ ଝଟକା ଲାଗିଥିଲା।  ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୭ ରହିଥିଲା। ଏହି ସମୟରେ ଲୋକମାନେ ଗଭୀର ନିଦ୍ରାରେ ଶୋଇଥିବାରୁ ଭୂକମ୍ପ ଅନୁଭବ କରିପାରିନଥିଲେ। ଏହାପୂର୍ବରୁ ଶୁକ୍ରବାର ଜମ୍ମୁ-କାଶ୍ମୀରର ଭୂକମ୍ପ ଅନୁଭୂତ ହୋଇଥିଲା। ଗୁରୁବାର ହିମାଚଳ ପ୍ରଦେଶର ବିଭିନ୍ନ ଅଂଚଳରେ ଭୂକମ୍ପ ଝଟକା ଲାଗିଥିଲା।

Comments are closed.