www.samajalive.in
Saturday, December 6, 2025
26.1 C
Bhubaneswar

ଭୂକମ୍ପରେ ଥରିଲା ଅରୁଣାଞ୍ଚଳ ପ୍ରଦେଶ, ମଧ୍ୟପ୍ରଦେଶ

ନୂଆଦିଲ୍ଲୀ : ଅରୁଣାଞ୍ଚଳ ପ୍ରଦେଶର ତୱାଙ୍ଗରେ ମଙ୍ଗଳବାର ସକାଳେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଏନସିଏସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଭୂକମ୍ପ ଝଟକା ଭୋର ପ୍ରାୟ ୪ଟାରେ ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୭ ରେକର୍ଡ କରାଯାଇଛି। ଏଥିରେ କୌଣସି ଧନଜୀବନ ହାନୀ ହୋଇ ନାହିଁ ବୋଲି ସୂଚନା ମିଳିଛି।
ସେହିପରି ମଧ୍ୟପ୍ରଦେଶର ପଞ୍ଚମଦୀରେ ମଧ୍ୟ ଆଜି ସକାଳେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଏନସିଏସର ଜଣେ ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ମିଳିଛି। ରିକ୍ଟର ସ୍କେଲରେ ତିବ୍ରତା ୩.୯ ରେକର୍ଡ କରାଯାଇଛି। ଏଥିରେ କୌଣସି ଧନଜୀବନ ହାନୀ ହୋଇ ନାହିଁ।
ମଧ୍ୟପ୍ରଦେଶର ଜବଲପୁର ସମେତ ଛଅ ଜିଲାରେ ଆଜି ହାଲକା ଭୂକମ୍ପ ଝଟକା ଅନୁଭବ ହୋଇଛି। ପ୍ରାୟ ୫୦ ସେକେଣ୍ଡ ଯାଏଁ ସ୍ଥାନୀୟ ଲୋକେ ଭୂମିରେ କମ୍ପନ ଅନୁଭବ କରିଥିଲେ। ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଜବଲପୁର ଠାରୁ ୩୫ କିମି ଦୂର ବୋଲି ଜଣାପଡିଛି। ସକାଳ ପ୍ରାୟ ୮ଟା ୪୩ ମିନିଟରେ ଭୂକମ୍ପ ଝଟକା ଅନୁଭବ ହୋଇଛି।

 

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories