ଭୂମିକମ୍ପ ଝଟକାରେ ଥରିଲା ଜମ୍ମୁ-କାଶ୍ମୀର
ଶ୍ରୀନଗର : ଭୂମିକମ୍ପରେ ଥରିଲା ଜମ୍ମୁ-କାଶ୍ମୀର। ମଙ୍ଗଳବାର ପ୍ରାୟ ୧୧ଟା ୩୩ରେ ଜମ୍ମୁ-କାଶ୍ମୀର କେତେକ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୯ ରେକର୍ଡ କରାଯାଇଛି। ଏନସିଏସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଭୂକମ୍ପର ଗଭୀରତା ଭୂମି ଠାରୁ ୫ କିଲୋମିଟର ଗଭୀର ଥିଲା। ଭୂକମ୍ପ ଅନୁଭୂତ ହେବା ମାତ୍ରେ ଭୟରେ ଲୋକେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ। କଟ୍ରା, ଜମ୍ମୁ, ଉଧମପୁର ଆଦି ସ୍ଥାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି।
Comments are closed.