www.samajalive.in
Monday, December 8, 2025
13.1 C
Bhubaneswar

କରୋନା ଆତଙ୍କ : ଇ–ମୁଲାକାତ ଜରିଆରେ ଦେଖା କରିବେ ପରିଜନ

ସମ୍ବଲପୁର: ବିଶ୍ୱବ୍ୟାପି ଆତଙ୍କ ସୃଷ୍ଟି କରିଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ସମ୍ବଲପୁର ମଣ୍ଡଳ ଜେଲ କର୍ତ୍ତୃପକ୍ଷ ବିଭିନ୍ନ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ ଜେଲ କର୍ମଚାରୀମାନଙ୍କ ସମେତ କଏଦୀମାନଙ୍କୁ ମଧ୍ୟ କରୋନା ଭୂତାଣୁ ସମ୍ପର୍କରେ ବ୍ୟାପକ ସଚେତନ କରାଯାଉଛି।

ଏ ସର୍ମ୍ପକରେ ଡିଆଇଜି ଅମୀୟ ପଟ୍ଟନାୟକ କହିଛନ୍ତି ଯେ, ସମ୍ବଲପୁର ମଣ୍ଡଳ କାରଗାରରେ କରୋନା ଭୂତାଣୁକୁ ନେଇ ବ୍ୟାପକ ସର୍ତକତା ଅବଲମ୍ବନ କରାଯାଉଛି। ଜେଲକୁ ଆସୁଥିବା ନୂତନ କଏଦୀମାନଙ୍କର କଡାକଡି ଭାବରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ଗତ ୧୭ ତାରିଖରୁ କଏଦୀମାନଙ୍କ ସହିତ ପରିଜନମାନଙ୍କର ସାକ୍ଷାତକାରକୁ ବନ୍ଦ କରି ଦିଆଯାଇଛି। ଅପର ପକ୍ଷରେ ଏହାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇ ‘ଇ-ମୁଲାକାତ’ ବ୍ୟବସ୍ଥା କରାଯାଉଛି। ଏହି ପ୍ରକ୍ରିୟା ଅନୁଯାୟୀ, ଜେଲ ମଧ୍ୟରେ ଥିବା ଭିଡିଓ କନଫରେନ୍ସିଂ ରୁମରେ କଏଦୀମାନଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜେଲ ବାହାରେ ରଖାଯାଇଥିବା ଲାପଟପ ମାଧ୍ୟାମରେ ପରିଜନଙ୍କ ସହିତ ଡିଜିଟାଲ ସାକ୍ଷାତକାର କରିପାରିବେ। ଏହି ବ୍ୟବସ୍ଥା ଗୁରୁବାରଠାରୁ ଲାଗୁ ହେବ।

- Advertisement -

ସମ୍ବଲପୁର ପ୍ରିଜନ୍ସ ରେଞ୍ଜ ଅର୍ନ୍ତଗତ ୧୦ଟି ଜିଲାର ସମସ୍ତ ଜେଲ ଓ ସବ୍ ଜେଲ ଗୁଡିକରେ ମଧ୍ୟ କରୋନା ଭୂତାଣୁ ପ୍ରତି ସର୍ତକ ରହିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ଜେଲକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ଅତିକମରେ ଜଣ ପିଛା ୨ ମିଟରର ଦୂରତ୍ୱ ବଜାୟ ରଖିବା ପାଇଁ ପରାମର୍ଶ ଦିଆଯାଉଛି ବୋଲି ଡିଆଇଜି ପଟ୍ଟନାୟକ କହିଛନ୍ତି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories