www.samajalive.in
Saturday, December 6, 2025
26.1 C
Bhubaneswar

ଓ୍ୱାର୍ଲଡ ୟୁନିଭସିଟିଜ୍‌ ଗେମସ୍‌ରେ ସ୍ବର୍ଣ୍ଣ ଜିତି ଇତିହାସ ରଚିଲେ ଦୂତୀ

ରୋମ୍‌: ଇଟାଲୀର ନାପଲ୍ସରେ ଚାଲିଥିବା ଓ୍ୱାର୍ଲଡ ୟୁନିଭସିଟିଜ୍‌ ଗେମସ୍‌ରେ କ୍ରୀଡ଼ାରେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ୧୧.୩୨ ସେକେଣ୍ଡରେ ସେ ୧୦୦ ମିଟର ଦୌଡ଼ ସମ୍ପୂର୍ଣ୍ଣ କରିଥିଲେ। ଏହି ସଂସ୍କରଣରେ ଭାରତର ଏହା ପ୍ରଥମ ସ୍ବର୍ଣ୍ଣ ପଦକ। ଏହା ସହିତ ଏହି କ୍ରୀଡ଼ାରେ ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ହାସଲ କରିବାରେ ଦୂତୀ ହେଉଛନ୍ତି ପ୍ରଥମ ଭାରତୀୟ।

ବିଜୟ ପରେ ଦୂତୀ ଗଣମାଧ୍ୟମକୁ କହିଛନ୍ତି, ମୁଁ ବହୁତ ଖୁସି ଯେ ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସରେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଆଣିଛି। ମୁଁ ଏହାକୁ ମୋ ବିଶ୍ଵବିଦ୍ୟାଳୟ କିଟ୍‌, ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଓଡ଼ିଶାବାସୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଉତ୍ସର୍ଗ କରୁଛି।

- Advertisement -

ସେହିପରି ୧୦୦ ମିଟର ଦୌଡ଼ରେ ସୁଇଜରଲାଣ୍ଡର ଅଜଲା ଦେଲ ପଣ୍ଟେ ରୌପ୍ୟ ପଦକ ହାସଲ କରିଛନ୍ତି। ୧୦୦ ମିଟର ଦୂରତା ଅତିକ୍ରମ କରିବା ଲାଗି ସେ ୧୧.୩୩ ସେକେଣ୍ଡ ସମୟ ନେଇଥିଲେ। ଗତ ସୋମବାର ଦୂତୀ ପ୍ରତିଯୋଗିତାରେ ଭାଗ ନେଇ ୧୧.୫୮ ସେକେଣ୍ଡରେ ୧୦୦ ମିଟର ଦୌଡ଼ ସମ୍ପନ୍ନ କରି ସେମିଫାଇନାଲରେ ପ୍ରବେଶ କରିଥିଲେ। ମଙ୍ଗଳବାର ସେମିଫାଇନାଲରେ ସେ୧୧.୪୧ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରି ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିଥିଲେ। ଦୂତୀଙ୍କ ଏହି ସଫଳତା ପାଇଁ  ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।

ସେ କିଟ୍‌  ଡିମ୍‌ଡ୍‌ ବିଶ୍ୱବିଦ୍ୟାଳୟର ଛାତ୍ରୀ । କିଟ୍‌ର ପ୍ରତିଷ୍ଠାତା ତଥା ସାସଂଦ ଅଚ୍ୟୁତ ସାମନ୍ତ ଏନେଇ ଦୂତୀଙ୍କୁ  ଶୁଭେଚ୍ଛା ଜଣାଇଛନ୍ତି ।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories