www.samajalive.in
Saturday, December 6, 2025
26.1 C
Bhubaneswar

ଗଣେଶ ବିସର୍ଜନ ବେଳେ ୪ଛାତ୍ରଙ୍କ ସଲିଳ ସମାଧି

ଗୋୱାଲିୟର: ମଧ୍ୟପ୍ରଦେଶର ଗୋୱାଲିୟରଠାରେ ଗଣେଶ ବିସର୍ଜନ କରିବାକୁ ଯାଇ ୪ଜଣ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି। ଗୁରୁବାର ଅପରାହ୍ଣ ୪ଟାବେଳେ ଗଣେଶ ବିସର୍ଜନ କରିବା ନିମନ୍ତେ ଗ୍ରାମର ସମସ୍ତ ଛାତ୍ର ଧୂମଧାମରେ ବାହାରି ଥିଲେ। ଏମିଟି ବିଶ୍ୱବିଦ୍ୟାଳୟ ପଛରେ ଥିବା ପାହାଡ଼ିଆ ଅଞ୍ଚଳର ଏକ ଜଳମଗ୍ନ ସ୍ଥାନରେ ଗଣେଶଙ୍କ ବିସର୍ଜନ କରିବା ଉଦ୍ଦେଶ୍ୟରେ ଗ୍ରାମର ଛାତ୍ରମାନେ ବାହାରି ଥିଲେ। ପାହାଡ଼ ମଧ୍ୟରେ ଥିବା ୧୦ଫୁଟ୍‍ ଗଭୀର ଏହି ଜଳମଗ୍ନ ସ୍ଥାନରେ ପ୍ରତିମା ବିସର୍ଜନ ନିମନ୍ତେ ୭ଜଣ ଛାତ୍ର ପାଣିରେ ଓହ୍ଲାଇ ଥିଲେ। ପ୍ରତିମା ନେଇ ଯେତେବେଳେ ଛାତ୍ରମାନେ ପାଣି ମଧ୍ୟରେ ପ୍ରବେଶ କଲେ କିଛି ବାଟ ଗଲାପରେ ଜଣେ ପିଲାଙ୍କୁ ଆଗକୁ ଯିବାକୁ ବାରଣ କରିଥିଲେ। ଫଳରେ ଛାତ୍ରମାନେ ପ୍ରତିମାକୁ ସେଠାରେ ବିସର୍ଜନ କରି ଫେରୁଥିବାବେଳେ ହଠାତ୍‍ ଜଳମଗ୍ନ ସ୍ଥାନରେ ଥିବା ୧୦ଫୁଟ୍‍ ଗଭୀର ଗର୍ତ୍ତ ସନ୍ନିକଟ ମାଟି ଧସି ଯାଇଥିଲା। ଫଳରେ ପ୍ରତିମାର ସମ୍ମୁଖ ଭାଗରେ ଥିବା ୨ଜଣ ପିଲା ପାଣିରେ ବୁଡ଼ି ଯାଇଥିଲେ। ପ୍ରତିମା ଆଗରେ ଥିବା ସାନ ଭାଇ ବୁଡ଼ି ଯାଉଥିବା ଦେଖି ପଛରେ ଥିବା ବଡ଼ଭାଇ ତାକୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ବୁଡ଼ି ଯାଇଥିଲେ। ଦେଖୁଦେଖୁ ଆଖି ପିଛୁଳାକେ ୪ଜଣ ଛାତ୍ର ପାଣିରେ ବୁଡ଼ି ଯାଇଥିଲେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories