www.samajalive.in
Sunday, December 7, 2025
23.1 C
Bhubaneswar

ଦୁର୍ଗାଙ୍କ ପ୍ରତିମା ନିର୍ମାଣ ପାଇଁ ମାଟି ଅନୁକୂଳ

ଲଡୁଗାଁ: ଆସୁଛି ପାର୍ବଣ ଋତୁ, ଧରାବତରଣ କରିବେ ମା ଜଗତ ଜନନୀ ଦୁର୍ଗା। ଦୁର୍ଗା ପୂଜା ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଶୁକ୍ରବାର କଳାହାଣ୍ଡି ଜିଲ୍ଲା ମୋଟେର ଠାରେ ମାଁଙ୍କ ଦଶାବତାର ପୂଜା ପାଇଁ  ମାଟି ଅନୁକୂଳ ହୋଇଯାଇଛି । ବଡଜୋର ନିକଟରେ ପୂଜକ ବୈଲୋଚନ ପଣ୍ଡା ପୂଜାର୍ଚ୍ଚନା କରିବା ପରେ ପୂଜା କର୍ତ୍ତା ରୋହନ ପାଟ୍ଟଯୋଷୀ ପ୍ରଥମେ ମାଟି ଅନୁକୂଳ କରିଥିଲେ।  ଏଥିରେ ପୂଜା କମିଟିର ସମ୍ପାଦକ ଧର୍ମେନ୍ଦ୍ର ଦାସ, କୋଷାଧ୍ୟକ୍ଷ ସୁଧାରାମ ସରାଫ, କୋଦଣ୍ଡ ଦାସ, ସୁବୁଦ୍ଧି ଦାସ, ଜ୍ୟୋତି ରଞ୍ଜନ ସରାଫଙ୍କ ସହ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ । ସେହିପରି କୋକସରା ଠାରେ ମଧ୍ୟ ସାର୍ବଜନୀନ ଦୁର୍ଗା ପୂଜା ପାଇଁ କମିଟି ପକ୍ଷରୁ ଦୁର୍ଗାଦେବୀଙ୍କ ପ୍ରତିମା ନିର୍ମାଣ ପାଇଁ ମାଟି ଅନୁକୂଳ କରାଯାଇଛି। ଏହି ଅବସରରେ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ତିଥିରେ ରେଙ୍ଗାଳପାଲି ମୁଟ୍ରା ନଦୀ କୂଳରୁ ପୂଜକ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀଙ୍କ ପୂଜାର୍ଚ୍ଚନା ପରେ ପୂଜାକର୍ତ୍ତା ପିତାମ୍ବର ପଟ୍ଟନାୟକ ଦେବୀଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣ ପାଇଁ ମାଟି ଅନୁକୂଳ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦୁର୍ଗା ପୂଜା କମିଟିର ସଭାପତି ଶ୍ରୀନିବାସ ପ୍ରଧାନୀ, ଉପ ସଭାପତି ନନ୍ଦ କିଶୋର ଧରୁଆ, ସମ୍ପାଦକ ମହେଶ ଗୁପ୍ତା, ବନମାଳୀ ପ୍ରଧାନୀ, ମାନସ ପ୍ରଧାନୀ, ଦୁଷ୍ମନ୍ତ ପାଟ୍ଟଯୋଷୀ, ଅମୂଲ୍ୟ କୁମାର ବିଶି, ସୌମ୍ୟ ରଞ୍ଜନ ପ୍ରଧାନୀ, ତପନ ମାଝୀ, ମହେନ୍ଦ୍ର ପ୍ରଧାନି, ସେବକ ଘନଶ୍ୟାମ ପ୍ରଧାନୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories