www.samajalive.in
Saturday, December 6, 2025
26.1 C
Bhubaneswar

ସମୁଦ୍ରରେ ଭାସିଯିବା ବେଳେ ୨ ପର୍ଯ୍ୟଟକ ଉଦ୍ଧାର ; ୧ ମୃତ

ପୁରୀ : ପୁରୀ ସମୁଦ୍ରରେ ଭାସିଯିବା ବେଳେ ୨ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ଆଜି ଖବର ମିଳିଛି। ମୃତ ଯୁବକ ହେଲେ ଶୁଭମ ସାହୁ। ତାଙ୍କୁ ୧୬ ବର୍ଷ ବୟସ। ସେ ପୁରୀ ବଳିଆ ପଣ୍ଡା ଅଞ୍ଚଳର ବାସିନ୍ଦା। ଗତକାଲି ଠାରୁ ସେ ନିଖୋଜ ଥିବା ବେଳେ ଆଜି ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ପର୍ଯ୍ୟଟକ ସୁକ୍ଲା ସରଦାର (୫୫)। ସେ ପଶ୍ଚିମବଙ୍ଗର ବାସିନ୍ଦା ହୋଇଥିବା ବେଳେ ତାଙ୍କ ଡାହାଣ ଗୋଡରେ ଆଘାତ ଲାଗିଛି। ଅନ୍ୟ ଜଣେ ପର୍ଯ୍ୟଟକ ସୁମତି ଆଚାର୍ଯ୍ୟ (୫୫)। ସେ ଗଞ୍ଜାମର ବାସିନ୍ଦା ବୋଲି ଜଣାପଡିଛି। ତାଙ୍କର ମଧ୍ୟ ଡାହାଣ ଗୋଡରେ ଆଘାତ ଲାଗିଛି। ଉଭୟଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories