www.samajalive.in
Monday, December 8, 2025
14.1 C
Bhubaneswar

ଅଷ୍ଟ୍ରେଲିଆ ଦର୍ଶକଙ୍କ ଘୃଣ୍ୟ ବ୍ୟବହାର; ମ୍ୟାଚ ବେଳେ ସିରାଜ, ବୁମରାଙ୍କୁ ଗାଳି କରି ଚାପ ପକାଇବାକୁ ଉଦ୍ୟମ

ସିଡନୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ୩ୟ ମ୍ୟାଚ ଅନୁଷ୍ଠିତ ହେଉଛି। ତେବେ ଏହି ମ୍ୟାଚ ବେଳେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଅଷ୍ଟ୍ରେଲୀୟ ଦର୍ଶକମାନେ ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ଚାପରେ ରଖିବା ଲାଗି ଘୃଣ୍ୟ ବ୍ୟବହାର ପ୍ରଦର୍ଶନ କରିଛନ୍ତି। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ମ୍ୟାଚ ଚାଲିଥିବାବେଳେ କିଛି ଅଷ୍ଟ୍ରେଲୀୟ ଦର୍ଶକ ନିଶାସକ୍ତ ଅବସ୍ଥାରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଏବଂ ଯଶପ୍ରୀତ ବୁମରାଙ୍କୁ ଗାଳିଗୁଲଜ କରିଥିବା ଜଣାପଡ଼ିଛି।

- Advertisement -

ଏହି ଘଟଣା ସାମ୍ନାକୁ ଆସିବା ପରେ ଭାରତୀୟ କ୍ରିକେଟ ଟିମ ପକ୍ଷରୁ ଏ ନେଇ ଅଭିଯୋଗ କରାଯାଇଛି। ଅଧିନାୟକ ଆଜିଙ୍କ୍ୟ ରାହାଣେ ଏ ସମ୍ପର୍କରେ ପ୍ରଥମେ ଅମ୍ପାୟାରଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ଶନିବାର ୩ୟ ଦିନ ଖେଳ ଶେଷ ହେବା ପରେ ଟିମ ଇଣ୍ଡିଆ ପକ୍ଷରୁ ଆନୁଷ୍ଠାନିକ ଭାବେ ଅଭିଯୋଗ କରାଯାଇଥିଲା। ନିଶାସକ୍ତ ଅବସ୍ଥାରେ କିଛି ଅଷ୍ଟ୍ରେଲୀୟ ଦର୍ଶକ ସିରାଜଙ୍କୁ ଜାତିଗତ ଆକ୍ଷେପ କରି ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି।

ଟିମ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦର୍ଶକଙ୍କ ମନ୍ତବ୍ୟ ଅତ୍ୟନ୍ତ ଅପମାନଜନକ ଥିଲା। କେବଳ ମହମ୍ମଦ ସିରାଜ ନୁହେଁ, ବରଂ ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ଯଶପ୍ରୀତ ବୁମରାଙ୍କୁ ଅଷ୍ଟ୍ରେଲୀୟ ଦର୍ଶକମାନେ ଗାଳିଗୁଲଜ କରିଥିଲେ। ଅଷ୍ଟ୍ରେଲିଆ ଖବରକାଗଜ ଡେଲି ଟେଲିଗ୍ରାଫ ଅନୁସାରେ, ଭାରତୀୟ ଡ୍ରେସିଂ ରୁମ ବାହାରେ ଟିମ ଇଣ୍ଡିଆର ଅଧିକାରୀମାନେ ଆଇସିସି ଏବଂ ଷ୍ଟାଡିୟମର ସୁରକ୍ଷା ଅଧିକାରୀଙ୍କ ସହିତ ଆଲୋଚନା କରୁଥିବା ଦେଖାଯାଇଥିଲା। ଏହି ସମୟରେ ସେଠାରେ ଯଶପ୍ରୀତ ବୁମ୍‌ରା ଏବଂ ମହମ୍ମଦ ସିରାଜ ଉପସ୍ଥିତ ଥିଲେ।

ଖବର ଅନୁସାରେ, ସିରାଜ ଏବଂ ବୁମରାଙ୍କୁ ଗତ ୨ ଦିନ ହେବ ନିଶାସକ୍ତ ଅବସ୍ଥାରେ ଦର୍ଶକମାନେ ଗାଳିଗୁଲଜ କରୁଥିଲେ। ସିରାଜ ଫାଇନଲେଗ୍‌ ବାଉଣ୍ଡାରୀ ନିକଟରେ ଫିଲ୍ଡିଂ କରୁଥିବାବେଳେ ତାଙ୍କୁ ଗାଳିଗୁଲଜ କରାଯାଇଥିଲା। ସୂଚନାଯୋଗ୍ୟ, ଅଷ୍ଟ୍ରେଲୀୟ ଦର୍ଶକମାନେ ଭ୍ରମଣକାରୀ ଦଳର ଖେଳାଳିମାନଙ୍କୁ ଚାପରେ ରଖିବା ଲାଗି ଅଧିକାଂଶ ସମୟରେ ଏପରି କରିଥାନ୍ତି, ଯାହା ଫଳରେ ଘରୋଇ ଦଳ ଏହାର ଫାଇଦା ଉଠାଇ ପାରିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories