www.samajalive.in
Sunday, December 7, 2025
16.1 C
Bhubaneswar

ଜମ୍ମୁ କାଶ୍ମୀରରେ ପୁଣି ଉଡିଲା ଡ୍ରୋନ; ୫୬ ଘଣ୍ଟା ମଧ୍ୟରେ ତୃତୀୟ ଘଟଣା

ସାମ୍ବା (ଜମ୍ମୁ କାଶ୍ମୀର): ଜମ୍ମୁ କାଶ୍ମୀରର କେତେକ ସମ୍ବେଦନଶୀଳ ଅଞ୍ଚଳରେ ପାକିସ୍ତାନ ପଟୁ ପଠାଯାଇଥିବା ଡ୍ରୋନ ପୁଣି ଦେଖିବାକୁ ମିଳିଛି। ସନ୍ଦିଗ୍ଧ ଡ୍ରୋନଗୁଡିକ ଚାରିଟି ସ୍ଥାନରେ ଉଡୁଥିବାବେଳେ ସେଗୁଡିକୁ ଠାବ କରାଯାଇଥିଲା। ଜମ୍ମୁ କାଶ୍ୱୀରର ସାମ୍ବା ସେକ୍ଟର ଅନ୍ତର୍ଗତ ବାରି ବ୍ରାହ୍ମଣରେ ଗତ କାଲି ବିଳମ୍ବିତ ରାତିରେ ଏହି ଡ୍ରୋନଗୁଡିକୁ ଠାବ କରାଯାଇଥିଲା। ୫୬ ଘଣ୍ଟା ମଧ୍ୟରେ ଜମ୍ମୁ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ଡ୍ରୋନ ଦେଖାଯିବା ଏହା ତୃତୀୟ ଘଟଣା ବୋଲି ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ବାସିନ୍ଦା ଆକାଶରେ ଆଲୋକ ଦପଦପ କରୁଥିବା ଦେଖିବା ପରେ ନିକଟସ୍ଥ ଥାନାରେ ଜଣାଇଥିଲେ ଏବଂ ପରେ ତୁରନ୍ତ ସୁରକ୍ଷା ବାହିନୀ ଯବାନମାନେ ସଜାଗ ହୋଇଯାଇଥିଲେ। ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ପାଳନ ଏବଂ ଅଗଷ୍ଟ ୫ରେ ଜମ୍ମୁ କାଶ୍ମୀରରୁ ୩୭୦ ଉଚ୍ଛେଦର ଦ୍ୱିତୀୟ ବର୍ଷ ପାଳନ ପୂର୍ବରୁ ଏଭଳି ଡ୍ରୋନ ଉଡାଣ ଘଟଣା ବୃଦ୍ଧିପାଇଛି। ନିକଟରେ ଗୋଟିଏ ଡ୍ରୋନକୁ କାଲାଚୁକ ଅଞ୍ଚଳରେ ଠାବ କରାଯିବା ପରେ ନିରାପତ୍ତା ବାହିନୀ ଯବାନ ତାକୁ ଗୁଳିକରି ତଳକୁ ଖସାଇ ଦେଇଥିଲେ। ପାକିସ୍ତାନ ପଟୁ ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ବାରମ୍ବାର ଡ୍ରୋନ ଉଡାଣ କରୁଥିବାରୁ ଭାରତୀୟ ଯବାନଙ୍କୁ ପୂର୍ଣ୍ଣ ସଜାଗ ରଖାଯାଇଛି। ବିଶେଷକରି ଜମ୍ମୁସ୍ଥିତ ଭାରତୀୟ ବାୟୁସେନା ସ୍ଥଳ ଉପରେ ଡ୍ରୋନ ସହାୟତାରେ ଆକ୍ରମଣ କରାଯିବା ପରଠାରୁ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଏହି ଘଟଣାରେ ଚାଇନା ନିର୍ମିତ ଦୁଇଟି ଡ୍ରୋନରୁ ବାୟୁସେନା ସ୍ଥଳ ଉପରେ ଆରଡିଏକ୍ସ ଏବଂ ନାଇଟ୍ରେଟ ପକାଯାଇଥିଲା। ଉଭୟ ଡ୍ରୋନରେ ବେଆଇନ ଘୋଷିତ ଆତଙ୍କି ଗୋଷ୍ଠୀ ଲସ୍କର ଇ ତଇବାର ଚିହ୍ନ ଥିବା ଭାରତୀୟ ଯବାନମାନେ କହିଛନ୍ତି। ଇତିମଧ୍ୟରେ ଉକ୍ତ ବାୟୁସେନା ସ୍ଥଳରେ ଡ୍ରୋନ ନିରୋଧୀ ବ୍ୟବସ୍ଥା ସ୍ଥାପନ କରାଯିବା ସହିତ ରାଷ୍ଟ୍ରୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଏହି ଘଟଣ।।ର ତଦନ୍ତ କରୁଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories