www.samajalive.in
Sunday, December 7, 2025
15.1 C
Bhubaneswar

ଚଳିତ ମାସରେ ଆସିବ ତୃତୀୟ ଲହର; ଅକ୍ଟୋବରରେ ଶିଖର ଛୁଇଁବ

ନୂଆଦିଲ୍ଲୀ: କରୋନାକୁ ନେଇ ବିଶେଷଜ୍ଞଙ୍କ ଆକଳନ ପୁଣି ଚିନ୍ତା ବଢାଇ ଦେଇଛି । ମହାମାରୀର ଦ୍ୱିତୀୟ ଲହର ପ୍ରକୋପ ନକମୁଣୁ ପୁଣି ତୃତୀୟ ଲହର ଆତଙ୍କ ଗ୍ରାସିଲାଣି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଦେଶରେ କରୋନାର ତୃତୀୟ ଲହର ଚଳିତ ଅଗଷ୍ଟ ମାସରେ ବ୍ୟାପିବା ଆଶଙ୍କା ରହିଛି । ଏହା ଅକ୍ଟୋବରରେ ଶୀର୍ଷ ସଂକ୍ରମଣ ସ୍ତରରେ ପହଞ୍ଚିବ । ଦେଶର ଦଶଟି ରାଜ୍ୟରେ ଟେଷ୍ଟ ପଜିଟିଭ ରେଟ୍‍ (ଟିପିଆର) ବା ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧିପାଉଥିବାରୁ ଏଭଳି ଆଶଙ୍କା ସୃଷ୍ଟି ହୋଇଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ତୃତୀୟ ଲହର ସମୟରେ ଦୈନିକ ସଂକ୍ରମଣ ସ୍ତର ୧ ଲକ୍ଷରୁ କମ୍‍ ରହିବ । ଅତିବେଶୀରେ ଏହା ଦେଢଲକ୍ଷ ପର୍ଯ୍ୟନ୍ତ ପହଞ୍ଚିପାରେ । ହାଇଦରାବାଦ ଓ କାନପୁରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି (ଆଇଆଇଟି)ର ପ୍ରଫେସର ମାଥୁକୁମାଲ୍ଲି ବିଦ୍ୟାସାଗର ଏବଂ ମହିନ୍ଦ୍ରା ଅଗ୍ରୱାଲଙ୍କ ନେତୃତ୍ୱରେ ଏକ ଗବେଷକ ଦଳ କହିଛନ୍ତି ଯେ, ଦେଶର ଦଶଟି ରାଜ୍ୟରେ ସଂକ୍ରମଣ ବୃଦ୍ଧି ତୃତୀୟ ଲହରର କାରଣ ହେବ । ବିଶେଷକରି କେରଳ, ମହାରାଷ୍ଟ୍ର ଭଳି ରାଜ୍ୟ ଏ କ୍ଷେତ୍ରରେ ଆଗରେ ରହିବେ ବୋଲି ବିଦ୍ୟାସାଗର କହିଛନ୍ତି । କୋଭିଡ-୧୯ ସଂକ୍ରମଣ ଘଟଣାର ମଡେଲ ପ୍ରସ୍ତୁତି ନିମନ୍ତେ ଗଠିତ ସରକାରୀ ଦଳରେ ସ୍ଥାନ ପାଇଥିବା ବୈଜ୍ଞାନିକ ଶ୍ରୀ ଅଗ୍ରୱାଲ ଗତ ମାସରେ କହିଥିଲେ ଯେ, ଦ୍ୱିତୀୟ ଲହର ସମୟରେ ଦୈନିକ ଯେତିକି ସଂକ୍ରମଣ ପରିଲକ୍ଷିତ ହୋଇଥିଲା, ତୃତୀୟ ଲହରରେ ତାହାର ପ୍ରାୟ ଅର୍ଦ୍ଧେକ ଲୋକ ସଂକ୍ରମିତ ହେବେ ଏବଂ କୋଭିଡ ସଂପର୍କିତ କଟକଣାକୁ ପାଳନ କରାନଗଲେ ଅକ୍ଟୋବର- ନଭେମ୍ବରରେ ତୃତୀୟ ଲହର ଶିଖର ଛୁଇଁବ । ସୂଚନାଯୋଗ୍ୟ ଯେ ଗତ ମଇ ୭ ତାରିଖରେ ଦେଶରେ ଦ୍ୱିତୀୟ ଲହର କାଳରେ ଦୈନିକ ସଂକ୍ରମଣ ୪,୧୪,୧୮୮ରେ ପହଞ୍ଚିବା ସହିତ ଦୈନିକ ସର୍ବୋଚ୍ଚ ସ୍ତରକୁ ଛୁଇଁଥିଲା । ଯେଉଁ ଦଶଟି ରାଜ୍ୟରେ ସଂପ୍ରତି ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି, ସେଥିମଧ୍ୟରେ କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଓଡ଼ିଶା, ଆସାମ, ମିଜୋରାମ, ମେଘାଳୟ, ଆନ୍ଧ୍ରପ୍ରଦେଶ ଏବଂ ମଣିପୁର ରହିଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories