ଭୁବନେଶ୍ୱର : ବାଲେଶ୍ୱର, ଭଦ୍ରକ, ବାରିପଦା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ କଟକ ଗ୍ରାମ୍ୟ ଜଳଯୋଗାଣ ଡିଭିଜନ ଅନ୍ତର୍ଗତ ପାଇପ ଜଳଯୋଗାଣ ପ୍ରକଳ୍ପଗୁଡ଼ିକ ବାତ୍ୟା ‘ୟାସ୍’ ଯୋଗୁଁ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା।
ବାଲେଶ୍ୱର ଗ୍ରାମ୍ୟ ଜଳ ଯୋଗାଣ ଡିଭିଜନ ଅନ୍ତର୍ଗତ ସମସ୍ତ ୬୬୫ଟି ଜଳ ଯୋଗାଣ ପ୍ରକଳ୍ପ ବାତ୍ୟାରେ ପ୍ରଭାବିତ ହୋଇଥିଲା। ଜେନେରେଟର ସେଟ୍ ଦ୍ୱାରା ବିଦ୍ୟୁତ ଶକ୍ତି ଯୋଗାଇ ଦିଆଯାଇ ୬୬୫ଟି ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇସାରିଛି। ଏଥି ନିମନ୍ତେ ୧୪୪ଟି ଜେନେରେଟର ଉପଯୋଗ କରାଯାଇଛି। ଏହି ଡିଭିଜନ ଅନ୍ତର୍ଗତ ୪୪୦ଟି ଓଭରହେଡ୍ ଟାଙ୍କି ମଧ୍ୟରୁ ୨୧୪ଟି ଓଭର ହେଡ୍ ପାଣି ଟାଙ୍କିରେ ପାନୀୟ ଜଳ ଭର୍ତି କରାଯାଇଛି। ୮୫ଟି ପିଭିସି ଟାଙ୍କି ବ୍ୟବହାର କରାଯାଇଛି ଏବଂ ଅଧିକ ୧୦୦ଟି ଟାଙ୍କି ଜିଲ୍ଲାକୁ ପଠାଯାଇଛି। ଜିଲ୍ଲାରେ ୩ଟି ଭ୍ରାମ୍ୟମାଣ ପାନୀୟ ଜଳ ବିଶୁଦ୍ଧକରଣ ପ୍ଲାଂଟ କାର୍ଯ୍ୟ କରୁଛି। ପାନୀୟ ଜଳ ପ୍ରକଳ୍ପଗୁଡ଼ିକୁ ବିଦ୍ୟୁତ ଶକ୍ତି ଯୋଗାଣ ପାଇଁ ୩୭ ଜଣ ଇଲେକ୍ଟ୍ରିସିଆନ୍ ମୁତୟନ ହୋଇଛନ୍ତି।
ଏହିପରି ମୋଟ ୭ଟି ଜିଲ୍ଲାର ୩୦୬୪ ଜଳଯୋଗାଣ ପ୍ରକଳ୍ପ ମଧ୍ୟରୁ ୨୩୯୨ଟି ପ୍ରକଳ୍ପ ପ୍ରଭାବିତ ହୋଇଥିଲା। ଏହାକୁ ୪୩୩ଟି ଜେନେରେଟର ମାଧ୍ୟମରେ ବିଦ୍ୟୁତଶକ୍ତି ଯୋଗାଇ ଦିଆଯାଇ ୧୦୭୧ଟି ପାଇପ ଜଳଯୋଗାଣ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯାଇଛି। ସମସ୍ତ ଡିଭିଜନର ମୋଟ ୧୮୪୯ଟି ଓଭରହେଡ୍ ଟାଙ୍କି ମଧ୍ୟରୁ ୧୬୧୭ଟି ଟାଙ୍କିରେ ପାନୀୟ ଜଳ ଭର୍ତି କରାଯାଇଛି। ୫୧୨ଟି ପିଭିସି ଟାଙ୍କି ବ୍ୟବହାର କରାଯାଇଛି। ଜିଲ୍ଲାମାନଙ୍କରେ ମୋଟ ୧୦ଟି ଭ୍ରାମ୍ୟମାଣ ପାନୀୟ ଜଳ ବିଶୁଦ୍ଧକରଣ ପ୍ଲାଂଟ କାର୍ଯ୍ୟ କରୁଛି।
ପାନୀୟ ଜଳ ପ୍ରକଳ୍ପଗୁଡ଼ିକୁ ବିଦ୍ୟୁତ ଶକ୍ତି ଯୋଗାଣ ପାଇଁ ୧୪୧ ଜଣ ଇଲେକ୍ଟ୍ରିସିଆନ୍ ମୁତୟନ ହୋଇଛନ୍ତି। ଏଥି ସହିତ ୧୫ ଜଣ ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ କେବଳ ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ନିୟୋଜିତ କରାଯାଇଛି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସୂତ୍ରରୁ ପ୍ରକାଶ।
ୟାସ୍ ପ୍ରଭାବିତ ଜିଲ୍ଲା : ଯୁଦ୍ଧକାଳୀନ ଭିତିରେ ଚାଲିଛି ପାଇପ ଜଳଯୋଗାଣ ପୁନରୁଦ୍ଧାର କାର୍ଯ୍ୟ
Popular Categories



