www.samajalive.in
Monday, December 8, 2025
14.1 C
Bhubaneswar

ମୁଣ୍ଡା ଗାଁରେ ଡବଲ ମର୍ଡର ; ୫ ହଜାର ଟଙ୍କା ପାଇଁ ଗଲା ୨ ଜୀବନ

ବଲାଙ୍ଗୀର/ବେଲପଡା : ବଲାଙ୍ଗୀର ଜିଲା ବେଲପଡା ଥାନା ମୁଣ୍ଡା ଗାଁରେ ଆଜି ଶନିବାର ଅପରାହ୍ନ ୫ଟା ସମୟରେ ୨ପରିବାର ମଧ୍ୟରେ ସାମାନ୍ୟ କଥା କୁ ନେଇ ଗଣ୍ଡଗୋଳ ହେବାରୁ ଗୋଟିଏ ପରିବାରର ବାପ ଓ ପୁଅଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ମାନେ ହେଲେ ମୁଣ୍ଡା ଗାଁର ମୋତିଲାଲ ବନଛୋର(୫୮), ଛନ୍ଦ ମଣି ବନଛୋର (୩୦) ଓ ଆହତ ହେଲେ କୈଳାସ ବନଛୋର(୩୦), ହେମନ୍ତ ବନଛୋର । ଅନ୍ୟ ପରିବାରର ବାଲ୍ମିକ ରାଉତ (୬୦) ପୁଅ ଫକିର ରାଉତ (୩୫),ମଙ୍ଗଳ ରାଉତ(୩୦) ଓ ପୁତୁରା ଘାସିରାମ ରାଉତ(୨୬) ଗୁରତର ହୋଇ ବେଲଡା ଢାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତନ୍ମଧ୍ୟରୁ ବାଲ୍ମିକ ରାଉତ ଓ ଫକିର ରାଉତଙ୍କ ଅବସ୍ଥା ଗରୁତର ହେବାରୁ ବଲାଙ୍ଗୀର ଡାକ୍ତଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନା ଅନୁଯାୟୀ, ବାଲ୍ମିକ ରାଉତ ଓ ମୋତିଲାଲ ବନଛୋର ୨ ପରିବାର ମୁଣ୍ଡା ଗାଁରେ ରହନ୍ତି। ବାଲ୍ମିକ ରାଉତ ର ପୁଅ ଫକିର ରାଉତ ଜଣେ ଟ୍ରାକ୍ଟର ଡ୍ରାଇଭର। ମୋତିଲାଲ ଗୋଟିଏ ଟ୍ରାକ୍ଟର ଲିଜ ସୂତ୍ରରେ ଆଣି ଥିବା ବେଳେ ଫକିର ସେହି ଟ୍ରାକ୍ଟରରେ ଡ୍ରାଇଭର ଥିଲା। ତେବେ ଟ୍ରାକ୍ଟର ମାଲିକ ଓ ଡ୍ରାଇଭର ମଧ୍ୟରେ କୁଆଡେ ୧୦ମାସର ଦରମାକୁ ମାଲିକ ଦେଇନଥିଲେ ଏହାକୁ ନେଇ ନେଇ ଫକିର ଓ ମୋତିଲାଲ ମଧ୍ୟରେ ଝମେଲା ବହୁବାର ହୋଇଥିଲା। ତେବେ କିଛି ଦିନ ପୂର୍ବରୁ ମୋତିଲାଲ ଡ୍ରାଇଭରକୁ କିଛି ପଇସା ଦେଇଥିଲେ ଓ ବାକି ରହିଥିବା ପାଇସା କୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହାକୁ କେନ୍ଦ୍ର କରି ୨ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ୨ପରିବାର ମାରଣାସ୍ତ୍ର ଧରି ଗାଁ ଶେଷ ମୁଣ୍ଡରେ ଥିବା ଜୋର (ନଦୀ) ପାଖରେ ମାଡପିଟ ହୋଇଥିଲେ। ଡ୍ରାଇଭର ମଙ୍ଗଳ ଏକ ତାବଲି( ମାରଣାସ୍ତ୍ର) ଧରି ମୋତିଲାକୁ ଚୋଟ ମାରିଥିଲା ଫଳରେ ଘଟଣା ସ୍ଥଳରେ ମୋତିଲା ଟଳିପଡ଼ିଥିଲା। ରକ୍ତ ମୁଖା ମଙ୍ଗଳ ପୁଣି ଛନ୍ଦମଣିକୁ ଗୋଡାଇ ଗୋଡାଇ ମାରିଥିଲା ସେ ମଧ୍ୟ ଘଟଣାସ୍ଥଳ ରେ ଗୁରୁତର ଭାବରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ତାରେ ପଡ଼ିରହିଥିଲା ଏକଥା ଜଣାପଡ଼ିବା ପରେ ଘଟଣାସ୍ଥଳରେ ଲୋକାରଣ୍ୟ ହୋଇଯାଇଥିଲା। ଗାଁ ଲୋକେ ପୁଲିସକୁ ଖବର ଦେବାପରେ ଦମକଳ ବିଭାଗ ଘଟଣା ସ୍ଥଳକୁ ଯାଇ ସମସ୍ତ ଗୁରୁତର ଙ୍କୁ ଡାକ୍ତରଖାନା କୁ ନେଇଆସିଥିଲେ। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଛନ୍ଦମଣି ଡାକ୍ତରଖାନାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୋତିଲାଲର ଶବ ଘଟଣା ସ୍ଥଳ ରେ ପଡ଼ିରହିଥିଲା ବେଳେ ୨ ପକ୍ଷର ଆହତ ମାନଙ୍କୁ ବେଲପଡା ଡାକ୍ତରଖାନା ରେ ଭର୍ତିକରାଯାଇଛି ଓ ୨ ଜଣ ଙ୍କୁ ବଲାଙ୍ଗିର ଡାକ୍ତରଖାନା କୁ ସ୍ଥ।।ନାନ୍ତରିତ କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories